Odiapua.com

କୋରାପୁଟ ପ୍ରେସ କ୍ଲବ ପକ୍ଷରୁ ସ୍ୱର୍ଗତ ମନିଷ ଅନୁରାଗଙ୍କୁ ଶ୍ରଦ୍ଧାଞଳି

କୋରାପୁଟ ୧୧-୧୦(ଓଡିଆ ପୁଅ /ରଂଜନ ଦାସ) ଦୈନିକ ଖବରକାଗଜ ନିର୍ଭୟ ପବ୍ଲିକେସନ ପ୍ରାଇଭେଟ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ମନିଷ ଅନୁରାଗଙ୍କୁ ଦୁର୍ବୁତମାନେ ରବିବାର ଦିନ ନିର୍ମମଭାବେ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିଲେ ।ଏହାକୁ କୋରାପୁଟ ପ୍ରେସ କ୍ଲବ ତରଫରୁ ବିରୋଧ କରାଯାଇଥିଲା  ଓ ସ୍ୱର୍ଗତ ମନିଷ ଅନୁରାଗଙ୍କୁ ଶ୍ରଦ୍ଧାଞଳି ଅର୍ପଣ କରାଯାଇଥିଲା ।ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।କୋରାପୁଟ ପ୍ରେସକ୍ଲବ  ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞଳି ସଭାରେ ସିଏଚ.ସାନ୍ତାକାର,ସୂର୍ଯ୍ୟ ନାରାୟଣ ପଣ୍ଡା,ଅମିତାଭ ବେହେରା,ପ୍ରଶାନ୍ତ କୁମାର ସାମାନ୍ତରାୟ,ଘନଶ୍ୟାମ ରଥ ,ସତ୍ୟଜିତ ମହାନ୍ତି,ଅମିତ ହୋତା ,ସୁଶାନ୍ତ କୁମାର ମିଶ୍ର ,ଶ୍ରୀକାନ୍ତ ସାହୁ ,ସୁନ୍ଦର କୁମାର ପାଣି,ମଦନ ସାହୁ ଓ ତ୍ରିଲୋଚନ ମହାରଣା ପ୍ରମୁଖ ସାମ୍ବାଦିକ ଯୋଗଦେଇଥିଲେ ।