Odiapua.com

କୋରାପୁଟ ପ୍ରେସକ୍ଲବ ତରଫରୁ ଏନ.ରବି କୁମାର ସମ୍ବର୍ଦ୍ଧିତ

କୋରାପୁଟ ; ତା୨୧-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୌନ ବନେଗା କରୋଡପତିରେ ଭାଗନେଇ କୋରାପୁଟ ଜିଲ୍ଲାର ଦାମନ ଯୋଡିସ୍ଥିତ ନାଲକୋରେ କାର୍ଯ୍ୟରତ ଏନ .ରବି କୁମାର ୨୫ ଲକ୍ଷ ଟଙ୍କା ପୁରସ୍କାର ପାଇଥିବାରୁ କୋରାପୁଟ ପ୍ରେସକ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଏନ.ରବି କୁମାର ଯୋଗଦେଇ ୨୦୦୦ ମସିହାରୁ କୈାନ ବନେଗା କରୋଡପତିରେ ଭାଗ ନେବାକୁ ସେ ଚେଷ୍ଟା କରିଥିଲେ ବୋଲି ପ୍ରକାଶ କରିଥିଲେ।ନିଜ ଜୀବନର ହିରୋ ଅମିତାଭ ବଚ୍ଚନଙ୍କ ସହ କଥାବାର୍ତ୍ତା କରିବାର ଯେଉଁ ସ୍ୱପ୍ନ ସେ ଦେଖିଥିଲେ ତାହା ସାକାର ହୋଇପାରିଥିବା ସେ ସୂଚନା ଦେଇଥିଲେ।କୋରାପୁଟ ଜିଲ୍ଲାରେ ତାଙ୍କର ପାଠପଢା ସହ ଜିବନୀ ଉପରେ ଆଲୋକପାତ କରିଥିଲେ।ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରୁ ସେ ଆସିଛନ୍ତି ବୋଲି କେବିସି ହଟସିଟରେ ଅମିତାଭଙ୍କୁ କହିବା ସହ ଜିଲ୍ଲାର ଅଦିବାସୀମାନଙ୍କ ସଂସ୍କୃତି ଓ ଚାଲିଚଳଣୀକୁ ବର୍ଣ୍ଣନା କରିଥିଲେ ବୋଲି ସେ ସୂଚନା ଦେଇଥିଲେ।କ୍ଲବର ବରିଷ୍ଠ ସଦସ୍ୟ ଡି .ଶଙ୍କର ରାଓ ଦ୍ୱାରା ଏନ.ରବି କୁମାରଙ୍କୁ ଉପଢୈାକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା।କ୍ଲବର ସଂପାଦକ ଅମିତାଭ ବେହେରା, ବରିଷ୍ଠ ସଦସ୍ୟ ପରିକ୍ଷିତ ବିଶ୍ୱାଲ,  ରଞ୍ଜନ କୁମାର ଦାସ,  ସିଏଚ.ସାନ୍ତାକାର, ଅରୁଣ ଦାଶ, ପ୍ରଶାନ୍ତ କୁମାର ସାମନ୍ତରାୟ, ବିଦ୍ୟାଧର ଚୈାଧୁରୀ ଓ ଅନ୍ୟାନ୍ୟ ସଦସ୍ୟଙ୍କ ସହ ଗୋପବନ୍ଧୁ ସେବା ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ।