Odiapua.com

କୋରାପୁଟ ପ୍ରେସକ୍ଲବ ଆନୁକୁଲ୍ୟରେ ବିଦାୟକାଳୀନ ସମ୍ବର୍ନ୍ଧନା ସଭା

କୋରାପୁଟ ୦୫-୧୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ପ୍ରେସକ୍ଲବ ଅନୁକୁଲ୍ୟରେ ଅବସରପ୍ରାପ୍ର ଦୁଇ ଜଣ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଦିଆଯାଇଥିବା ଜଣାପଡିଛି ।କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ନ୍ଧନା ସଭାରେ ଅବସରପ୍ରାପ୍ତ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ଓ ସୁଦେଶ ପଟନାୟକଙ୍କୁ ଉପଢୈାକନ ଦେଇ ସମ୍ବର୍ନ୍ଧନା ଦିଆଯାଇଥିଲା ।କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଭାବେ ଆଲୋକ ରଂଜନ ସାମାନ୍ତରାୟ କାର୍ଯ୍ୟ କରୁଥିବା ବେଳେ ଜିଲ୍ଲା ପଂଚାୟତ ଅଧିକାରୀ ଭାବେ ସୁଦେଶ ପଟନାୟକ କାର୍ଯ୍ୟ କରୁଥିଲେ ।ଉଭୟ ଗତମାସ ୩୧ ତାରିଖରେ ଚାକିରୀରୁ ଅବସର ନେଇଥିଲେ ।ପ୍ରେସକ୍ଲବ ସଂପାଦକ ଅମିତାଭ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ବରିଷ୍ଠ ସଭ୍ୟ ସିଏଚ.ସାନ୍ତାକାର , ରଞ୍ଜନ କୁମାର ଦାସ,କିଶୋର କୁମାର ଦାଶ,ଅରୁଣ କୁମାର ଦାଶ ,ସତ୍ୟଜିତ ମହାନ୍ତି,ସତ୍ୟ ନାରାୟଣ ପଣ୍ଡା ,ସୁଶାନ୍ତ କୁମାର ମିଶ୍ର, ଅମିତ ହୋତା ,ଏମ.ଏମ.ସାହୁ,ପି.ଏମ.ସେଠୀ ଓ ଅନ୍ୟାନ୍ୟ ସଦସ୍ୟ ସମ୍ବର୍ନ୍ଧନା ସଭାରେ ଉପସ୍ଥିତ ଥିଲେ ।