Odiapua.com

କୋରାପୁଟ ପୋଲିସ ଦ୍ୱାରା ହାର୍ଡକୋର ମିଲିସିଆ ଗିରଫ

କୋରାପୁଟ ; ତା୦୮-୦୨-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ପୋଲିସ ଦ୍ୱାରା ହାର୍ଡକୋର ମିଲିସିଆ ଗିରଫ କରାଯାଇଥିବା କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଗତବର୍ଷ ସେପ୍ଟେମ୍ବର ମାସ ୨୩ ତାରିଖରେ ଆନ୍ଧ୍ରପ୍ରଦେଶର ଟିଡିପି ବିଧାୟକ କେ.ସର୍ବେଓାରା ରାଓ ଓ ପୂର୍ବତନ ବିଧାୟକ ସିବେରୀ ସୋମାକୁଂ ଆନ୍ଧ୍ରର ଲିଭିଟିପୁଟୁ ଗ୍ରାମରେ ମାଓବାଦୀମାନେ ହତ୍ୟା କରିଥିଲେ ଓ କୋରାପୁଟ ଜିଲ୍ଲାର ପାଡୁଆ ଥାନା ଅନ୍ତର୍ଗତ କୋଡିଖାଲ ଗ୍ରାମର ଡମ୍ବୁରୁ ଖିଲର ସଂପୂକ୍ତି ଥିବା ସନେ୍ଦହ କରି ପୋଲିସ ଗିରଫ କରିଥିବା ଏସପି ସୂଚନା ଦେଇଥିଲେ ।ଜାତୀୟ ତଦନ୍ତ କାରୀ ସଂସ୍ଥାକୁ ଆଜି କୋରାପୁଟ ପୋଲିସ ହସ୍ତାନ୍ତର କରିବ ବୋଲି ସେ ପ୍ରକାଶ କରିଥିଲେ । ତା ନିକଟରୁ ୨ ଟି ମୋବାଇଲ ଫୋନ ଜବତ କରାଯାଇଥିବା ସେ ସୂଚନା ଦେଇଥିଲେ ।