Odiapua.com

କୋରାପୁଟ ପୈାରାଂଚଳ ଭିତିଭୂମିର ବିକାଶ ନିମନ୍ତେ ୮ କୋଟି ୩୪ ଲକ୍ଷ ଟଙ୍କା ୭ ଦିନ ମଧ୍ୟରେ ମଞ୍ଜୁରୀ କରାଯିବ

କୋରାପୁଟ  ୦୯-୧୧(ଓଡିଆ ପୁଅ/ ରଂଜନ ଦାସ)କୋରାପୁଟ ପୈାରାଂଚଳ ଭିତିଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାର ୮ କୋଟି ୩୪ ଲକ୍ଷ ଟଙ୍କା ୭ ଦିନ ମଧ୍ୟରେ ମଞ୍ଜୁରୀ କରିବେ ବୋଲି କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରଘୁରାମ ପଡାଲ ପ୍ରକାଶ କରିଛନ୍ତି ।ଆଜି ଭିଡିଓ କନଭେରେନସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ.ପାଣ୍ଡିଆନ ଆଲୋଚନା କରିଥିଲେ ଓ ୭ ଦିନ ମଧ୍ୟରେ ଅନୁଦାନ ମଞ୍ଜୁରୀ କରାଯିବ ବୋଲି ପ୍ରତିଶୃତି ଦେଇଥିବା ସେ ସୂଚନା ଦେଇଛନ୍ତି ।ମୁକ୍ତା ଯୋଜନା ମାଧ୍ୟମରେ ୯୫ଟି ପ୍ରକଳ୍ପ ନିମନ୍ତେ ୮ କୋଟି ୩୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିବେଦନ କରାଯାଇଥିଲା ।କୋରାପୁଟ ବିଧାୟକଙ୍କ ସହ କୋରାପୁଟ ଜିଲ୍ଲାପାଳ  ଅବଦ୍ଦାଲ ଏମ ଅଖତର , ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସାଏ ,କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର,ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ,ପୂର୍ବତନ କାଉନସିଲର ସୁରେଶ ପଟନାୟକ ,ଦିଲିପ ରଥ ,ମନୋଜ କୁମାର  ପଣ୍ଡା, ଅମ୍ବିକା ଷଣ୍ଢ ,ଲିଲି ବୁରୁଡିଙ୍କ ସହ ଅଶୋକ ଷଣ୍ଢ ଓ ସହରର ଅନ୍ୟାନ୍ୟ ବ୍ୟକ୍ତିମାନେ ଭିଡିଓ କନଭେରେନସରେ ଅଂଶଗ୍ରହଣ କରିଥିଲେ ।