Odiapua.com

କୋରାପୁଟ ପୌର ପରିଷଦରେ ପିଠା ଶିବିରର ଶୁଭାରମ୍ଭ

କୋରାପୁଟ ; ତା୧୫-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ପୌରପରିଷଦର ୫ ଟି ସ୍ଥାନର ପିଠା ଶିବିରର ଶୁଭାରମ୍ଭ ହୋଇଯାଇଛି।ଏହି ଅବସରରେ ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟନାୟକ ପୂଜାରି ପୁଟସ୍ଥିତ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ପିଠା ଶିବିରରେ ଯୋଗଦେଇ ରାଜ୍ୟ ସରକାର ସହରର ଉନ୍ନତି ନିମନ୍ତେ ନେଇଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ମିଶନ ଶକ୍ତି ତରଫରୁ ଉନ୍ନତ କାର୍ଯ୍ୟ ନିମନ୍ତେ ବଛାଯାଇଥିବା ଏସଏଚଜିଙ୍କୁ ସେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏସଏଚଜି ମହିଳାମାନେ ଆରିସା ଓ କାକରା ପିଠା ପ୍ରଦର୍ଶନୀ କରିଥିବା ନଜର କରାଯାଇଥିଲା। ଏହି ଶିବିର ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଏହି ଶିବିରରେ ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର, ସିମାଞ୍ଜଳ ପଢିହାରୀ, କନିଷ୍ଠ ଯନ୍ତ୍ରୀ ନର୍ମଦା ସାହୁ, ପୂର୍ବତନ ଉପାଧ୍ୟକ୍ଷା ସତ୍ୟଭାମା ପାଢୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଲୋକମାନଙ୍କୁ ସଚେତନ କରାଇଥିଲେ।