Odiapua.com

କୋରାପୁଟ ନୂତନ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟରେ ଯୋଗ ଦେଲେ

କୋରାପୁଟ ୧୧-୧୦-୨୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟର ନୂତନ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି ।ଏଥିପୂର୍ବରୁ ସେ ମାଲାକାନଗିରି ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ ।ଏଠାରେ ଥିବା ଦେବେନ କୁମାର ପ୍ରଧାନଙ୍କୁ ଜଙ୍ଗଳ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିବା ଜଣାପଡିଛି ।କାର୍ଯ୍ୟାଳୟର ବିଭିନ୍ନ ବିଭାଗକୁ ଯାଇ କର୍ମଚାରୀମାନଙ୍କ ସହ ଶ୍ରୀ ପ୍ରଧାନ ସାକ୍ଷାତ କରିଥିବା ଜଣାପଡିଛି ।