କୋରାପୁଟ ୨୦-୦୫ (ଓଡିଆ ପୁଅ / ରଂଜନ ଦାସ)କୋରାପୁଟ ଜିଲ୍ଲାବାସୀଙ୍କୁ ଘର ମୁହଁରେ ରାଜସ୍ୱ ସେବା ଯୋଗାଇବା ଦେବା ପାଇଁ ରାଜସ୍ୱ ରଥ ଆରମ୍ଭ ହୋଇଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାଇ କୋରାପୁଟ ତହସିଲରେ ରାଜସ୍ୱ ରଥର ଶୁଭାରମ୍ଭ ହୋଇଯାଇଛି । କୋରାପୁଟ ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ରଞ୍ଜନ କୁମାର ମାନସେଠ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ଦିନରେ ଏହି ରଥ ଦଳେଇପୁଟ ଗ୍ରାମରେ ପହଂଚିଥିଲା । ଏହି ଗ୍ରାମରେ ୭ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା । ଅତିରିକ୍ତ ତହସିଲଦାର ସସ୍ମିତା କୁମାରି ଜେନା, ରାଜସ୍ୱ ସୁପରଭାଇଜର ଗୋଲଖ ବିହାରୀ ପରିଡା, ରାଜସ୍ୱ ନିରୀକ୍ଷକ ଦେବାନନ୍ଦ ବେହେରା ପ୍ରମୁଖ ମହାଦେଇପୁଟ ରାଜସ୍ୱ ମଣ୍ଡଳର ଦଳେଇପୁଟ ଗ୍ରାମର ହିତାଧିକାରୀଙ୍କ ଘରେ ପଂହଚି ପଟ୍ଟା ଓ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ପଟ୍ଟା, ପ୍ରମାଣପତ୍ର ସହିତ ଜରୁରି କାଗଜପତ୍ର ଆବଶ୍ୟକ କରୁଥିବା ହିତାଧିକାରୀମାନେ ଘରେ ରହି ଅନଲାଇନ ମାଧ୍ୟମରେ ଆବେଦନ କରି ଏହି ସୁବିଧା ନେବାକୁ ଅତିରିକ୍ତ ତହସିଲଦାର ସସ୍ମିତା କୁମାରି ଜେନା କହିଛନ୍ତି । ରାଜସ୍ୱ ବିଭାଗର ଏଭଳି ସେବାକୁ ସାଧାରଣରେ ସ୍ୱାଗତ କରାଯାଇଛି ।