Odiapua.com

କୋରାପୁଟ ଡି.ଏ.ଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସହର ସଫେଇ

କୋରାପୁଟ ୦୨-୦୩-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ) ସ୍ୱଚ୍ଛ ଭାରତ ଅଭିଯାନ ଅନୁକୁଲ୍ୟରେ କୋରାପୁଟ ଡି.ଏ.ଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସହର ସଫେଇ କରିଥିବା ଜଣାପଡିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ଡାଙ୍ଗଙ୍କ ନେତୃତ୍ୟରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟରୁ ଏକ ଶୋଭାଯାତ୍ରାରେ ପ୍ଲାକାର୍ଡ ଧରି ଲୋକମାନଙ୍କୁ ସଚେତନ କରିବା ସହ ସବୁ ସାହି ସଫା କରିବା ପରେ ବସଷ୍ଟାଣ୍ଡରେ ପହଂଚି ସଫା କରୁଥିବା ନଜର କରାଯାଇଥିଲା।