Odiapua.com

କୋରାପୁଟ ଡିଏଭି କଲେଜର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ

କୋରାପୁଟ ; ତା୩୦-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଡିଏଭି କଲେଜର ସୁବର୍ଣ୍ଣ ଜୟନ୍ତୀ ଉସôବ ଉଦଯାପିତ ହୋଇଯାଇଛି ।କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି , ଅବସରପ୍ରାପ୍ତ ଏଲଟ.ି କର୍ଣ୍ଣେଲ ନାରାୟଣ ମହାନ୍ତି ଓ କଲେଜ ଅଧ୍ୟକ୍ଷ ଡ .ଶୁଭେନ୍ଦୁ ଶେଖର ପାଢୀ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ଜୟପୁର ବିଧାୟକ ଶ୍ରୀ ବାହିନିପତିଙ୍କ ଆଜି ଜନ୍ମଦିନ ଥିବାରୁ କମିଟି ତରଫରୁ କେକ କାଟି ଜନ୍ମଦିନ ପାଳନ କରାଯାଇଥିଲା ।ପ୍ରାରମ୍ଭରେ ଆବାହାକ ଅଯୋଧ୍ୟା ନାଥ ସାମଲ କଲେଜରେ ଅଧ୍ୟାପକ ପଦବୀ ଖାଲିଥିବା ନେଇ ମତବ୍ୟକ୍ତ କରିଥିଲେ ଓ ସୁବର୍ଣ୍ଣ ଜୟନ୍ତୀ ଉସôବ ପାଳନ ଅବସରରେ ଅନେକ ପୂରାତନ ଛାତ୍ରଛାତ୍ରୀ ଓ ଅଧ୍ୟାପକ /ଅଧ୍ୟାପିକାମାନଙ୍କର ମିଳନ ହୋଇପାରିଥିଲା ବୋଲି ସୂଚନା ଦେଇଥିଲେ ।କୋରାପୁଟ ସରକାରୀ କଲେଜର ନାମ ପରିବର୍ତନ କରାଯାଇ ଡିଏଭି କେଲଜ ନାମ ରଖିବାକୁ ସେ ଦାବି କରିଥିଲେ ।ମୁଖ୍ୟ ଅତିଥି ଶ୍ରୀ ହିକକା ଓ ଜୟପୁର ବିଧାୟକ ଶ୍ରୀ ବାହିନିପତି କଲେଜର ନାମ ପରିବର୍ତନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିବେ ବୋଲି ମତବ୍ୟକ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଡ.ପ୍ରତିଧାରା ସାମଲ , ଅକ୍ଷୟ କୁମାର ବେହେରା ,ଗିରିଜା ଚୈାଧୁରୀ ଓ ୟୁ .ଡାନିଏଲ ଯୋଗଦେଇ ପରିଚାଳନା କରିଥିଲେ ।ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।