Odiapua.com

କୋରାପୁଟ ଡିଏଭି କଲେଜର ପୁରୁଣା ଫୁଟବଲ ଖେଳାଳୀଙ୍କ ବନ୍ଧୁମିଳନ

କୋରାପୁଟ ୧୬-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଡିଏଭି କଲେଜ(ବର୍ତମାନ ସରକାରୀ କଲେଜ)ର ପୁରୁଣା ଫୁଟବଳ ଖେଳାଳୀଙ୍କ ସ୍ଥାନୀୟ ଏକ ହୋଟେଲ ସଭାଗୃହଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ଖେଲାଳୀ ପୁରୁଣା ଦିନର ସ୍ମୃତିକୁ ମନେପକାଇବା ସହ ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ ଫୁଟବଲ ଖେଳାଳୀ ତଥା ଖେଳକୁ ପ୍ରୋତ୍ସାହନ ଦେବାକୁ ନିଷ୍ପତି ନେଇଥିଲେ।ଏହି ଅବସରରେ ସରକାରୀ କଲେଜର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଏମ.ଏ.ସତାରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ସହ କଲେଜର ପୂର୍ବତନ ଛାତ୍ର ସନ୍ଦୀପ ଗଡନାୟକ ସନ୍ତୋଷ ଟ୍ରଫିରେ ଅଂଶଗ୍ରହଣ କରିଥିବାରୁ ସମ୍ମାନ୍ନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଗିରିଜା ଶଙ୍କର ନାୟକ, ମୋହିତ କୁମାର, ସନ୍ତୋଷ ନାୟକ, ଶ୍ରୀନିବାସ ରାଓ, ଗୁପ୍ତେଶ୍ୱର ସାହୁ, କାମାକ୍ଷା ପ୍ରସାଦ ମାଝି, ପ୍ରଶାନ୍ତ କୁମାର ମୂଳିଙ୍କ ସହ ଅନ୍ୟାନ୍ୟ ପୁରୁଣା ଫୁଟବଲ ଖେଳାଳୀ ଉପସ୍ଥିତ ଥିଲେ।