Odiapua.com

କୋରାପୁଟ ଟାଉନପୋଲିସ ଦ୍ୱାରା ଗଞ୍ଜେଇ ଜବତ: ଜଣେ ଗିରଫ

କୋରାପୁଟ ୨୨-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଟାଉନ ପୋଲିସ ଦ୍ୱାରା ରେଲବାଇ ଷ୍ଟେସନରୁ ଗଞ୍ଜେଇ ଜବତ କରାଯିବ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ କ୍ଷିରେଶ୍ୱର ସାହୁ ସୂଚନା ଦେଇଛନ୍ତି। କୋରାପୁଟ ସଦର ଥାନା ଅନ୍ତର୍ଗତ ସୁକୁ ଗ୍ରାମର ତ୍ରୀନାଥ ପାଟନିଆ ଗଞ୍ଜେଇ ହିରାଖଣ୍ଡ ଟ୍ରେନରେ ଚାଲାଣ କରିବାକ ରହିଥିବା ପୋଲିସ ଖବର ପାଇବା ପରେ ଟାଉନଥାନାର ଏସଆଇ ଆର .କେ.ଦେବତା ଓ କର୍ମଚାରୀ ରେଲବାଇ ଷ୍ଟେସନ ନିକଟ ରାମେଶ୍ୱରନଗର ଠାରେ ଅଭିଯୁକ୍ତ ତ୍ରୀନାଥକୁ ଧରିଥିଲେ। ମାଜିଷ୍ଟ୍ରେଟ ଅଲୋକ କୁମାର ଅନୁଗୁଲିଆଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା ଓ ୨୪.୮ କେଜି ଗଞ୍ଜେଇ ରହିଥିବା ଶ୍ରୀ ସାହୁ ପ୍ରକାଶ କରିଥିଲେ। ଅଭିଯୁକ୍ତ ତ୍ରୀନାଥଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସେ ପ୍ରକାଶ କରିଥିଲେ। ଏହି ମାମଲାରେ ଏସଆଇ ଆର ବି ସିଂ ତଦନ୍ତ ଜାରି ରଖିଥିବା ସେ ସୂଚନା ଦେଇଥିଲେ।