Odiapua.com

କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ବୈଠକ

କୋରାପୁଟ ; ତା୧୪-୦୭-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ କୋରାପୁଟସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ସଂଘର ସଭାପତି ମନୋଜ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଦିଗରେ ଗୁରୁତ୍ୱ ପ୍ରକାଶ ପାଇଥିଲା ।ଆସନ୍ତା ଅଗଷ୍ଟମାସରେ ସଂଘର ସାଧାରଣ ପରିଷଦ ବୈଠକ କରିବାକୁ ନିଷ୍ପତି ନିଆଯାଇଥିଲା ।ସଂଘର ସାଧାରଣ ସଂପାଦକ ଶରତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ବାବୁଲ ସିଂ ,ଉପସଭାପତି ପ୍ରମୋଦ ଖରା ଓ ରାଜେନ୍ଦ୍ର ଗୈାଡ ,ଯୁଗ୍ମ ସଂପାଦକ ତ୍ରୀନାଥ ଖରା , ଉପଦେଷ୍ଟା ପରିକ୍ଷିତ ବିଶ୍ୱାଲ , ଅଜୟ କୁମାର ସାହୁ ଓ ରଂଜନ କୁମାର ଦାସ ,ରାଜ୍ୟ ସଂଗଠନ ସଂପାଦକ ଶଶଧର ରାଉତ , କାର୍ଯ୍ୟକାରିଣୀ ସଦସ୍ୟ ଶରତ କୁମାର ଧଳ , ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ଦାସ ଓ ଶୈଳେଶ ଖଡିଆଳ ପ୍ରମୁଖ ଉପସ୍ଥିତ ଥିଲେ ।