Odiapua.com

କୋରାପୁଟ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପାଇଁ  ଅଗ୍ରୀମ ଜୀବନ ସହାୟତା ଭେଂଟିଲେଟର ଆମ୍ବୁଲାନସ କ୍ରୟ ନିମନ୍ତେ ଅନୁମତି ପ୍ରଦାନ

କୋରାପୁଟ ୨୩-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ସଦର ମହକୁମା ଡାକ୍ତରଖାନା , ଜୟପୁର ନିମନ୍ତେ ଏକ  ଅଗ୍ରୀମ ଜୀବନ ସହାୟତା ଭେଂଟିଲେଟର  ଆମ୍ବୁଲାନସ କ୍ରୟ କରିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରକାଶ କରିଛନ୍ତି ।ସଦର ମହକୁମା ଡାକ୍ତରଖାନା ପାଇଁ ଏକ ଅଗ୍ରୀମ ଜୀବନ ସହାୟତା ଭେଂଟିଲେଟର ଆମ୍ବୁଲାନସ ନିହାତି ଜରୁରୀ  ଅନୁଭବ କରି ଶ୍ରୀ ବାହିନିପତି  ତାଙ୍କ ବିଧାୟକ ପାଣ୍ଠିରୁ କ୍ରୟ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ , ମୁଖ୍ୟ ସଚିବ , ସ୍ୱାସ୍ଥ୍ୟ ସଚିବ ଓ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ।ରାଜ୍ୟ ଯୋଜନା ଓ ସମ୍ମିଶ୍ରଣ ବିଭାଗ ତରଫରୁ ଅଗ୍ରୀମ ଜୀବନ ସହାୟତା ଭେଂଟିଲେଟର  ଆମ୍ବୁଲାନସ  ଜୟପୁର ବିଧାୟକ ପାଣ୍ଠି  ଆର୍ଥିକ ବର୍ଷ ୨୦୨୧-୨୨(ସାଧାରଣ)ରୁ କ୍ରୟ କରିବାକୁ ରାଜ୍ୟ ସରକାର ଅନୁମତି  ଦେଇଥିବା ରାଜ୍ୟ ଯୋଜନା ଓ ସମ୍ମିଶ୍ରଣ ବିଭାଗ ତରଫରୁ  ସୂଚନା ମିଳିଥିବା ଶ୍ରୀ ବାହିନିପତି ପ୍ରକାଶ କରିଛନ୍ତି । ରାଜ୍ୟ ଯୋଜନା ଓ ସମ୍ମିଶ୍ରଣ ବିଭାଗ ତରଫରୁ ଆମ୍ବୁଲାନସ କ୍ରୟ ନିମନ୍ତେ କୋରାପୁଟ ଜିଲ୍ଲାପାଳଙ୍କୁ  ଚିଠି ପ୍ରଦାନ କରାଯାଇଥିବା ସେ ପ୍ରକାଶ କରଛନ୍ତି ।