Odiapua.com

କୋରାପୁଟ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର କର୍ମକର୍ତା ନିର୍ବାଚିତ

କୋରାପୁଟ ୨୨-୦୩(ଓଡିଆ ପୁଅ /ରଂଜନ ଦାସ)ଓଡିଶା ମେଡିକାଲ କର୍ମଚାରୀ ସଂଘର କୋରାପୁଟ ଜିଲ୍ଲା ଶାଖାର କର୍ମକର୍ତା ନିର୍ବାଚନ କୋରାପୁଟଠାରେ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ରାମଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ରାଜ୍ୟ ସଭାପତି ପ୍ରଭାକର ପଲାଇ ,ସାଧାରଣ ସଂପାଦକ ଗଗନ  ଚନ୍ଦ୍ର ରାଉତ , ଉପସଭାପତି ପ୍ରସନ୍ନ କୁମାର ଓ ଲକ୍ଷ୍ମଣ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟର ମୀର ମୁସ୍ତାକିମ ଅଲ୍ଲୀଙ୍କୁ ରାଜ୍ୟ ସଂଘର ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ କରାଯାଇଥିବା ରାଜ୍ୟ ସଂଘ ସଭାପତି ଶ୍ରୀ ପଲାଇ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲା ସଂଘର ସଭାପତି ଭାବେ ଲକ୍ଷ୍ମଣ ହରିଜନ ନିର୍ବାଚିତ ହୋଇଥିବା ସେ ପ୍ରକାଶ କରିଛନ୍ତି ।ସଂପାଦକ କୁମୁଦ ଗୋଲରୀ , ସାଂଗଠନିକ ସଂପାଦକ ପଦୁ ପାଙ୍ଗୀ ,ଯୁଗ୍ମ ସଂପାଦକ ବିପିନ ବିହାରୀ ବେନିଆ ,କୋଷାଧ୍ୟକ୍ଷ  ମାଧବ ନାୟକ ଏବଂ  ୯ ଜଣଙ୍କୁ କାର୍ଯ୍ୟକାରୀ ସଭ୍ୟ ଭାବେ ନିର୍ବାଚିତ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ମୁଖ୍ୟ ଉପଦେଷ୍ଟା ଭାବେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀଙ୍କୁ ମନୋନୀତ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।