Odiapua.com

କୋରାପୁଟ ଜିଲ୍ଲା ମହିଳା କଂଗ୍ରେସର ଏସପି ଅଫିସ ଘେରାଉ

କୋରାପୁଟ ୨୧-୧୦(ଓଡିଆ ପୁଅ /ରଂଜନ ଦାସ) କଳାହାଣ୍ଡି ଜିଲ୍ଲାର ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା  ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ  ଅଭିଯୁକ୍ତଙ୍କ  ସହ  ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ  କେପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କର ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବି କରି ଗୁରୁବାର କୋରାପୁଟ ଜିଲ୍ଲା  ମହିଳା କଂଗ୍ରେସ କମିଟି ତରଫରୁ ଏସପି  ଅଫିସ ସମୁଖରେ ଧାରଣା ଦେବା ସହ  ଘେରାଉ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଓ ମନ୍ତ୍ରୀ କେପଟେନ ମିଶ୍ରଙ୍କ ଘନିଷ୍ଟ ସମ୍ପର୍କ    ଥିବା ଅଭିଯୋଗ ଆଣିବା ସହ ପୀଡିତାର ପରିବାରକୁ ନ୍ୟାୟ ମିଳିବା ସମ୍ଭାବନା ନାହିଁ ତେଣୁ  ନିରପେକ୍ଷ ତଦନ୍ତ କରାଯିବା ଏବଂ ଦୋଷିକୁ ଦଣ୍ଡ ଦେବାକୁ  ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ତୂରନ୍ତ ବହିଷ୍କାର କରି  ସିବିଆଇ ତଦନ୍ତ ନିମନ୍ତେ ସୁପାରିଶ କରିବାକୁ ମହିଳା କଂଗ୍ରେସ ସଭାନେତ୍ରୀ  ନଳିନୀ ରଥ ଦାବି କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ କୋରାପୁଟ ବ୍ଲକ ଅଧ୍ୟକ୍ଷ ନମିତା ମାଝି , ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ,ବିଧାୟକ ପ୍ରାର୍ଥୀ  କୃଷ୍ଣ କୁଳଦୀପ, ପୂର୍ବତନ ନଗରପାଳ ଭଗବାନ ବାହିନିପତି , ନଗର କଂଗ୍ରେସ କମିଟି ସଭାପତି ଜୟନ୍ତ କଚିନ, ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ବାଖ୍ୟା ,ସମିତି ସଭ୍ୟା ସନିତା ଗାଦବା ,ପୂର୍ବତନ କାଉନସିଲର ଚନ୍ଦ୍ରପ୍ରଭା ହିଆଲ ,ପୂର୍ବତନ ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ବିମଳା ପାଙ୍ଗୀ ଓ  ମହିଳା କଂଗ୍ରେସର ଶତାଧିକ କର୍ମୀ  ଉପସ୍ଥିତ  ଥିଲେ ।