Odiapua.com

କୋରାପୁଟ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ଓ କୃଷିମନ୍ତ୍ରୀଙ୍କ କୁଶପୁତଲିକା ଦାହ

କୋରାପୁଟ ; ତା୨୯-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳାମାନଙ୍କ ପ୍ରତି ସମ୍ମାନହାନୀସୂଚକ ମନ୍ତବ୍ୟ ଦେଇଥିବା ପ୍ରତିବାଦରେ କୋରାପୁଟ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ମନ୍ଦାକିନୀ ନାୟକଙ୍କ ନେତୃତ୍ୟରେ ଏକ ଶୋଭାଯାତ୍ରା କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏହି ଶୋଭାଯାତ୍ରାରେ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ର, ଅଶ୍ୱିନୀ ପଟନାୟକ, ଜି .ସଂଜିବ କୁମାର, ସନ୍ତୋଷ ଦାସ, ଏନ.ଏନ.ବାଘ, ଶୁଭେନ୍ଦୁ ଶେଖର ବ୍ରହ୍ମାଓ ଅନ୍ୟାନ୍ୟ କର୍ମକର୍ତା ମଧ୍ୟ ଉପସ୍ଥିତ ଥିଲେ। କୃଷିମନ୍ତ୍ରୀ ପ୍ରଦୀପ ମହାରଥିଙ୍କୁ ମନ୍ତ୍ରୀ ପଦରୁ ୨ ଦିନ ମଧ୍ୟରେ ବହିଷ୍କୃତ କରା ନ ଗଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି କୋରାପୁଟ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ମନ୍ଦାକିନୀ ନାୟକ ସୂଚନା ଦେଇଥିଲେ।