Odiapua.com

କୋରାପୁଟ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ

କୋରାପୁଟ ୨୨-୧୦ (ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ଟାଉନହଲଠାରେ କୋରାପୁଟ ଜିଲ୍ଲା ବିଜେପିର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ ଓ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଉପସ୍ଥିତ ରହି ଜିଲ୍ଲାରେ ବିଜେପିର ସ୍ଥିତିକୁ ମଜବୁତ କରିବାକୁ ଉପସ୍ଥିତ ସଭ୍ୟ/ସଭ୍ୟାମାନଙ୍କୁ ଆହ୍ୱାନ ଦେଇଥିଲେ।ଜାତୀୟ ସଭାପତି ଅମିତ ସାହାଙ୍କ ମିଶନ ୧୨୦ କୁ ଦୃଷ୍ଟିରେ ରଖି ସଭ୍ୟ /ସଭ୍ୟାମାନେ ବୁଥ ସ୍ତରକୁ ଯାଇ କାର୍ଯ୍ୟକରିବାକୁ ପୂର୍ବତନ ସାଂସଦ ଶ୍ରୀ ପାଙ୍ଗୀ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଭଗବାନ ପେଣ୍ଠିଆ, ଦେବେନ୍ଦ୍ର ମହାନ୍ତି, ହରି ଖେମୁଣ୍ଡୁ, ଘନଶ୍ୟାମ ଟାକ୍ରୀ, ଅଶ୍ୱିନୀ ପଟନାୟକ, ସନ୍ତୋଷ ଦାସ, ସିଦ୍ଧାର୍ଥ ମୁଦୁଲି, ନକୁଳ ବିଷୋୟୀ, ଜେ.ବିଶ୍ୱାସ, ପଦ୍ମନୀ ହୋତା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜଣାପଡିଛି।