କୋରାପୁଟ ୦୬-୦୬(ଓଡିଆ ପୁଅ /ରଂଜନ ଦାସ) ଅତି ଦୟନୀୟ ଅବସ୍ଥାରେ ଥିବା କୋରାପୁଟ ପୌରାଂଚଳ ଡିଏନକେ କଲୋନୀର ହେମଲତା ନାୟକ ନାମ୍ନୀ ବିଧବା ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପୁନର୍ବାସ ପାଇଁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତାରଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ପ୍ରକାଶ ଚନ୍ଦ୍ର ସାମଲ ଚେକ ପ୍ରଦାନ କରିଛନ୍ତି । ସେହିପରି କୋଲାବ ନଦୀରେ ବୁଡି ପ୍ରାଣ ହରାଇଥିବା ଜଣେ ଶିଶୁର ବାପା ଖପରାପୁଟ ଗ୍ରାମର ଗୁରୁ ଗୁଣ୍ଠାକୁ ମଧ୍ୟ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦିଆଯାଇଛି । କୋରାପୁଟ ସାଂସଦ ପ୍ରତିନିଧି ବାବୁଲା ବେନ୍ୟା,ପୂର୍ବତନ ଜିଲା ପରିଷଦ ସଦସ୍ୟ ଜଗଦିଶ ଖୋସ୍ଲା ଓ ବ୍ଲକ କଂଗ୍ରେସ ସଭାପତି ରମେଶ ବାଙ୍କିଆଙ୍କ ଉପସ୍ଥିତିରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଜ୍ଞାନଜୀତ ତ୍ରିପାଠୀ ସହାୟତା ରାଶି ଚେକ ପ୍ରଦାନ କରିଥିଲେ ।