Odiapua.com

 କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ଅସୁସ୍ଥ ବାସନ୍ତୀଙ୍କୁ ମେଡିକାଲରେ ଭର୍ତି କରାଗଲା

କୋରାପୁଟ ୦୨-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟିର ପରଜାସାହିର ଏକ ଛୋଟ ମାଟିଘରେ ବାସନ୍ତୀ ଜାନି ରୁହନ୍ତି ।ଦେହ ଅସୁସ୍ଥ ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିଲା ।ଘରେ ଏକ ମାତ୍ର ଝିଅ ସହ ସେ ରୁହନ୍ତି ।ଦେହ ଅସୁସ୍ଥ ଯୋଗୁଁ ଖାଦ୍ୟ ରାନ୍ଧିବା କଷ୍ଟକର ହେଉଥିବା ବେଳେ ସାହିବାସିନ୍ଦା ସହାଯ୍ୟ କରିଥାନ୍ତି ।ଦେହ ଅତ୍ୟଧିକ ବିଗଡି ଯିବାରୁ ସେ ଯିବା ଆସିବା କରିବା କଷ୍ଟକର ହେଉଥିବାରୁ ଘର ପାଖରେ ଶୋଇ ରହୁଥିଲେ ବାସନ୍ତି ।କେତେଜଣ ସାମ୍ବାଦିକ ଜାଣିବା ପରେ କୋରାପୁଟ ସାମାଜିକ ସୁରକ୍ଷା ଅଧିକାରୀ ଓ କୋରାପୁଟ ମ୍ୟୁନସିପାଲଟି ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କୁ ଜଣାଇବା ପରେ ପ୍ରଶାସନ ତରଫରୁ ଶଶି ସ୍ୱାଇଁ , ଭରତ ହାଲୁଆ ,ଜଗନ୍ନାଥ ନାୟକ ପ୍ରମୁଖ ବାସନ୍ତୀଙ୍କ ଘରକୁ ଆସିଥିଲେ ।ପୂର୍ବତନ କାଉନସିଲର ଲିଲି ବୁରୁଡି ଓ ଗ୍ରାମବାସୀଙ୍କ ସହାୟତାରେ ବାସନ୍ତୀଙ୍କୁ ଏକ ଅଟୋରିକ୍ସାରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି ।ଚାଉଳ କାର୍ଡ ଥିଲା କିନ୍ତୁ ତାହା ଘର ମାଟିକାନ୍ଥ ଭାଙ୍ଗିଯିବାରୁ ତାହାରି ଭିତରେ ରହିଯାଇଥିବା ବାସନ୍ତୀ ପ୍ରକାଶ କରିଛନ୍ତି ।ଆଧାର କାର୍ଡ କରି ନ ଥିବା ସେ ସୂଚନା ଦେଇଛନ୍ତି ।ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କୋରାପୁଟ ଜିଲ୍ଲା ସହାରଂଚଳ ଉନ୍ନୟନ ସଂସ୍ଥା ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଲ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ପ୍ରକାଶ କରିଛନ୍ତି ।ବାସନ୍ତୀ ରହୁଥିବା ସାହିର ସୁବାସିନୀ ସିଂ ,ସୈାଦାମିନୀ ଜାନି ଓ ଅର୍ଜୁନ ଖିଲ ପ୍ରମୁଖ କଚ୍ଚା ଘରେ ରହୁଥିବା ଅଭିଯୋଗ ହେଉଥିବା ବେଳେ ଆବାସ ଯୋଜନାରେ ପକ୍କା ଘର ଯୋଗାଇଦେବାକୁ ଦାବି ହେଉଛି ।