Odiapua.com

       କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସର ମଟରସାଇକେଲ ଶୋଭାଯାତ୍ରା ଓ ବିକ୍ଷୋଭ

କୋରାପୁଟ ୧୯-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଗୁରୁବାର ଦିନ  ଏକ ବିରାଟ ମଟରସାଇକେଲ ଶୋଭାଯାତ୍ରା ଆୟୋଜନ କରାଯିବା ସହ  ବିଭିନ୍ନ କଲେଜ ଓ  କେନ୍ଦ୍ରୀୟ  ବିଶ୍ୱବିଦ୍ୟାଳୟରେ  ଅଧ୍ୟାପକ ନିଯୁକ୍ତି ଦେବାକୁ  ଜିଲ୍ଲାପାଳଙ୍କ ମାଧ୍ୟମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲା ଛାତ୍ର କଂଗ୍ରେସ ସଭାପତି ମଧୁ ସୂଦନ ରେଡ୍ଡୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି,ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୱାସିମ ନୱାଜ,ଜାତୀୟ ସମ୍ପାଦିକା ଅନୁଲେଖ ବସା,କୋରାପୁଟ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସଂପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଶୋଭାଯାତ୍ରା  ମାଉସୀ ମାଆ ଛକରୁ ବାହରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ ଅଫିସରେ ପହଂଚିଥିଲା । କୋରାପୁଟ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଖାଲିଥିବା ଅଧ୍ୟାପକ ପଦ ପୂରଣ,ଜୟପୁର ବିକ୍ରମ ଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା,ଶିକ୍ଷିତ ବେକାରୀଙ୍କୁ କର୍ମ ନିଯୁକ୍ତି ଇତ୍ୟାଦି ଦାବି ନେଇ ଛାତ୍ର କଂଗ୍ରେସ ଜିଲ୍ଲାପାଳଙ୍କ ମାଧ୍ୟମରେ କେନ୍ଦ୍ର  ଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲା । ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟନାୟକ ,କୋରାପୁଟ ବିଧାୟକ ପ୍ରାର୍ଥୀ କୃଷ୍ଣ କୁଳଦୀପ,ପୂର୍ବତନ ବିଧାୟକ ନିମାଇଁ ସରକାର,ପିସିସି ସଦସ୍ୟ ଜଗଦିଶ ଖୋସ୍ଲା, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି,ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ,କୋରାପୁଟ ନଗର ସଭାପତି ଜୟନ୍ତ କଚିନ ,ବ୍ଲକ ସଭାପତି ରମେଶ ବାଖିଆ,ଗୋପି ପଲାଇଙ୍କ  ସମେତ ଶତାଧିକ ଛାତ୍ର କଂଗ୍ରେସ ସଦସ୍ୟ ଯୋଗ ଦେଇଥିଲେ । ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୩୭ଟି ଅଧ୍ୟାପକ ପଦବୀ ଖାଲି ଥିବା ବେଳେ ୯୩ ଟି ଅଣଶିକ୍ଷକ ପଦବୀ ଖାଲି ଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଥିବା ଜଣାପଡିଛି