Odiapua.com

କୋରାପୁଟ ଜିଲ୍ଲା ଗାଁ ସାଥୀ ସଂଘ ତରଫରୁ ଦାବିପତ୍ର ପ୍ରଦାନ

କୋରାପୁଟ ୦୧-୦୯(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲା ଗାଁ ସାଥୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି ।ଗାଁ ସାଥିମାନେ ସ୍ତାୟୀ ନିଯୁକ୍ତି ନିମନ୍ତେ ୧୩ ବର୍ଷ ହେଲା ଅପେକ୍ଷା କରି ସୁଦ୍ଧା ରାଜ୍ୟ ସରକାର ଅଣଦେଖା କରୁଥିବା ଜିଲ୍ଲା ସଂଯୋଜକ ଶରତ ଗୁଣ୍ଠା ଅଭିଯୋଗ କରିଛନ୍ତି ।ସଂଘ ତରଫରୁ ହାଇକୋର୍ଟରେ କେସ କରାଯାଇଥିଲା ଓ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଗାଁ ସାଥୀମାନଙ୍କୁ  ସ୍ଥାୟୀ ଚାକିରୀ ଓ ପ୍ରଶିକ୍ଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ  ରାଜ୍ୟ ସରକାର ଅଣଦେଖା କରୁଥିବା ସେ ଆହୁରୀ ଅଭିଯୋଗ କରିଛନ୍ତି ।ଗାଁ ସାଥୀ ବଦଳରେ ଏସଏଚଜିକୁ କାମ ଦେବାକୁ ସରକାର ନିଷ୍ପତି ନେଇଥିବା ସେ ସୂଚନା ଦେଇଛନ୍ତି ।ରାଜ୍ୟ ସରକାର ଯଦି ଗାଁ ସାଥୀ ସଂଘର ଦାବିକୁ ସମାଧାନ କରିବେ ନାହିଁ ତେବେ ଆସନ୍ତା ପଂଚାୟତ ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।ଗତ ୨୦୧୯ ନିର୍ବାଚନ ବେଳେ ବିଜେଡିର ପ୍ରଣବ ପ୍ରକାଶ ଦାସ କୋରାପୁଟ ଆସି ଜିଲ୍ଲାର ଗାଁ ସାଥିମାନଙ୍କ ଆଲୋଚନା କରିଥିଲେ ।ନିର୍ବାଚନରେ  ସହଯୋଗ କରନ୍ତୁ ସରକାର ଆସିବାର ୩ ମାସ ମଧ୍ୟରେ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ ବୋଲି ଜିଲ୍ଲା ସଂଯୋଜକ ଶ୍ରୀ ଗୁଣ୍ଠା ପ୍ରକାଶ କରିଥିଲେ ।୩ ବର୍ଷ ବିତିଗଲାଣି କିନ୍ତୁ ନିଯୁକ୍ତି ମିଳିଲା ନାହିଁ ବୋଲି ସେ ସୂଚନା ଦେବା ସହ ଦାବିର ସମାଧାନ କରିବାକୁ  ପ୍ରଣବ ପ୍ରକାଶ ଦାସଙ୍କୁ ବିନମ୍ର ନିବେଦନ କରିଛନ୍ତି ।ସହକାରୀ ଜିଲ୍ଲାପାଳ ସୁଜିତ କୁମାର ମିଶ୍ର ଦାବିପତ୍ର ଗ୍ରହଣ କରିଥିଲେ ।