Odiapua.com

କୋରାପୁଟ ଜିଲ୍ଲା ଅନୁଦାନପ୍ରାପ୍ତ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ବୈଠକ

କୋରାପୁଟ ୨୫-୦୭(ଓଡିଆ ପୁଅ /ରଂଜନ ଦାସ) ସ୍ଥାନୀୟ ଡଃ ବି.ଆର. ଆମ୍ବେଦକର ମହାବିଦ୍ୟାଳୟ ସଭାଗୃହଠାରେ  କୋରାପୁଟ ଜିଲ୍ଲା ଅନୁଦାନପ୍ରାପ୍ତ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ଏକ ବୈଠକ ବରିଷ୍ଠ ଅଧ୍ୟାପକ ରବି ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ।ରାଜ୍ୟ ସରକାରଙ୍କ ଅନୁଦାନ ଟାଳଟୁଳ ନୀତିକୁ ବିରୋଧ କରିବା ସହ ସପ୍ତମ ବେତନ ହାରରେ ଦରମା ,ଚାକିରୀ ସର୍ତାବଳୀ ଓ ଅବସର ପରେ ପେନସେନ ସଂପର୍କରେ ଆଲୋଚନା କରାଯାଇଥିଲା ।କୋରାପୁଟ ଜିଲ୍ଲା ନୂତନ ଅଧ୍ୟାପକ ଓ କର୍ମଚାରୀ ସଂଘ ଗଠନ ହେବା ପର୍ଯ୍ୟନ୍ତ ଦଶମନ୍ତପୁର ରାଧାକୃଷ୍ଣ ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରୀନାଥ ପାତିକାଙ୍କ ତତ୍ୱାବଧାନରେ ଅଧ୍ୟାପକ ସ୍ୱତବସନ୍ତ ରଥ,କିଶୋର ଚନ୍ଦ୍ର ବେହେରା,ସୁରଥ ଡାକୁଆ ଓ ଅଶୋକ କୁମାର ପରଡାଙ୍କୁ ନେଇ  ଏକ ୫ ଜଣିଆ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିବା ଜଣାପଡିଛି ।ଆସନ୍ତା ଅଗଷ୍ଟମାସ ପ୍ରଥମ ସପ୍ତାହରେ ପରବର୍ତୀ ବୈଠକ କରିବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି ।ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ହୃଦୟ ରଂଜନ ପଣ୍ଡା ,ବନ୍ଦନା ପାଢୀ,ଉଷାରାଣୀ ଦାସ ,ବିଜୁ ମୁଦୁଲି ଓ ତ୍ରିଲୋଚନ ରଣା ଏବଂ ଜିଲ୍ଲାର ସମସ୍ତ  ମାହବିଦ୍ୟାଳୟର ଅଧ୍ୟାପକ,  ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।ସ୍ୱତବସନ୍ତ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଲେ ଅଧ୍ୟାପକ ଇଶ୍ୱର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।