Odiapua.com

କୋରାପୁଟ ଜିଲ୍ଲାର ୯ ଟି କେନ୍ଦ୍ରରେ ଏଏସଓ ପରୀକ୍ଷା ହେବ

କୋରାପୁଟ ୨୫-୦୮(ଓଡିଆ ପୁଅ/ରଞ୍ଜନ ଦାସ)ଓଡିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଆସନ୍ତା ୨୭ ତାରିଖ ଦିନ ଅନୁଷ୍ଠିତ ହେବ।କୋରାପୁଟ ଜିଲ୍ଲାର କୋରାପୁଟ ଓ ଜୟପୁରରେ ସମୁଦାୟ ୯ ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ତଥା ପରୀକ୍ଷାର ଜିଲ୍ଲା ସଂଯୋଜକ ରାଜେନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି। ପରୀକ୍ଷା ହେଉଥିବା ଶିକ୍ଷା ଅନୁଷ୍ଠାନ ଛୁଟି ଘୋଷଣା କରାଯାଇଥିବା ସେ ସୂଚନା ଦେଇଛନ୍ତି।ଜିଲ୍ଲାର ୯ଟି କେନ୍ଦ୍ରରେ ୩୪୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସେ ସୂଚନା ଦେଇଛନ୍ତି। କୋରାପୁଟରେ ୪ ଟି କେନ୍ଦ୍ର କରାଯାଇଥିବା ବେଳେ ଜୟପୁରରେ ୫ ଟି କେନ୍ଦ୍ର କରଯାଇଛି।କୋରାପୁଟ ସରକାରୀ କଲେଜ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରକାରୀ ହାଇସ୍କୁଲ ଓ ସରକାରୀ ବାଳିକା ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ସେ ପ୍ରକାଶ କରିଛନ୍ତି। ପରୀକ୍ଷାର ସୁପରିଚାଳନା ନିମନ୍ତେ ୪ ଟି ଫ୍ଲାଇଙ୍ଗ ସ୍କ୍ୱାଡ କରଯାଇଛି।କୋରାପୁଟ ଉପ ଜିଲ୍ଲାପାଳ,ଜଯପୁର ଉପ ଜିଲ୍ଲାପାଳ,କୋରାପୁଟ ଆଇଟିଡିଏ ଓ ଜୟପୁର ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରହିଥିବା ସେ ସୂଚନା ଦେଇଛନ୍ତି।