Odiapua.com

କୋରାପୁଟ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ ଟିରେ ବିଜେଡି ପ୍ରାର୍ଥି ବିଜୟୀ; ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଲେ ବିଜେଡିର ରଘୁରାମ

କୋରାପୁଟ ୨୪-୦୫ (ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର କୋରାପୁଟ, ଜୟପୁର, କୋଟପାଡ, ଲକ୍ଷ୍ମିପୁର ଓ ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ ଟିରେ ବିଜେଡି ପ୍ରାର୍ଥି ବିଜୟୀ ହୋଇଥିବା ଜଣାପଡିଛି। କେବଳ ଜୟପୁର ଆସନରେ କଂଗ୍ରେସ ପ୍ରାର୍ଥି ବିଜୟୀ ହୋଇଛନ୍ତି। ଗତ ୨୦୧୪ ନିର୍ବାଚନରେ କଂଗ୍ରେସ ୪ ଟିରେ ଜିତିଥିବା ବେଳେ କେବଳ ଗୋଟିଏରେ ବିଜେଡି ପ୍ରାର୍ଥି ଜିତିଥିଲେ।

୨୦୧୯ ନିର୍ବାଚନରେ କୋରାପୁଟ, କୋଟପାଡ, ଲକ୍ଷ୍ମିପୁର, ପଟ୍ଟାଙ୍ଗୀରେ ବିଜେଡି ପ୍ରାର୍ଥିମାନେ ବିଜୟୀ ହୋଇଛନ୍ତି।କୋରାପୁଟରେ ବିଜେଡି ପ୍ରାର୍ଥି ରଘୁରାମ ପଡାଲ ୬୨୮୫ ଟି ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥି କୃଷ୍ଣଚନ୍ଦ୍ର କୁଲଦୀପଙ୍କୁ ପରାସ୍ତ କରିଥିଲେ।

ରଘୁରାମ ପଡାଲ ୪୮୧୭୧ ଟି ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥି ୪୧୮୮୬ ଟି ଭୋଟ ପାଇଥିଲେ।

କୋଟପାଡରେ ବିଜେଡି ପ୍ରାର୍ଥିନୀ ପଦ୍ମିନୀ ଦିଆନ କଂଗ୍ରେସ ପ୍ରାର୍ଥି ଚନ୍ଦ୍ରଶେଖର ମାଝିଙ୍କୁ ୨୬୩୧ ଟି ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ବିଜେଡି ପ୍ରାର୍ଥିନୀ ୬୨୨୪୮ ଟି ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥି ୫୯୬୧୭ ଟି ଭୋଟ ପାଇଥିଲେ।

ଜୟପୁରରେ କଂଗ୍ରେସ ପ୍ରାର୍ଥି ତାରା ପ୍ରସାଦ ବାହିନିପତି ୫୪୫୧ ଟି ଭୋଟ ବ୍ୟବଦାନରେ ବିଜେଡି ପ୍ରାର୍ଥି ରବି ନାରାୟଣ ନନ୍ଦଙ୍କୁ ପରାସ୍ତ କରିଥିଲେ। କଂଗ୍ରେସ ପ୍ରାର୍ଥି ୫୯୭୮୫ ଟି ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥି ୫୪୩୩୪ଟି ଭୋଟ ପାଇଥିଲେ।

ଲକ୍ଷ୍ମିପୁରରେ ବିଜେଡି ପ୍ରାର୍ଥି ପ୍ରଭୁ ଜାନି ମାତ୍ର ୨୨୯ ଟି ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥି କୈଳାସ କୁଲେସିକାଙ୍କୁ ପରାସ୍ତ କରିଥିଲେ। ବିଜେଡି ପ୍ରାର୍ଥି ୪୫୨୧୧ ଟି ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥି ୪୪ ୯୮୨ ଟି ଭୋଟ ପାଇଥିଲେ। ପଟ୍ଟାଙ୍ଗୀରେ ବିଜେଡି ପ୍ରାର୍ଥି ପିତମ ପାଢୀ ୪୨୫୫ ଟି ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥି ରାମଚନ୍ଦ୍ର କାଡାମଙ୍କୁ ପରାସ୍ତ କରିଥିଲେ। ବିଜେଡି ପ୍ରାର୍ଥି ୫୧୨୨୪ ଟି ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥି ୪୬ ୯୮୯ ଟି ଭୋଟ ପାଇଥିଲେ।

କୋରାପୁଟ ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନଥିଲା ଜୟପୁର ଯେଉଁଥିରେ ୨ ଜଣ ବରିଷ୍ଠ ନେତା ଲଢୁଥିଲେ।ଏକଜିଟ ପୋଲରେ ଜୟପୁରରେ କିଏ ଜିତିବ ତାହା ଆକଳନ କରାଯାଇ ନ ଥିଲା।ଶେଷରେ ଜୟପୁରରେ ତାରା ପ୍ରସାଦ ବାହିନିପତି ୪ ର୍ଥ ଧର ପାଇଁ ବିଧାନସଭା ଆସନ ଜିତି ରେକର୍ଡ କରିଥିବା କୁହାଯାଉଛି।