Odiapua.com

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ୟତୀତ ଅନ୍ୟ ୪ ଟି ବିଧାନସଭା ଆସନର ବିଜେଡି ପ୍ରାର୍ଥିଙ୍କ ନାମ ଘୋଷିତ ; କୋରାପୁଟ ଲୋକସଭା ଆସନରେ କୈାଶଲ୍ୟା ହିକକା ବିଜେଡି ପ୍ରାର୍ଥି

କୋରାପୁଟ ; ତା୧୮-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ବିଜେଡି ପ୍ରାର୍ଥିମାନଙ୍କ ନାମ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଥିବା ଜଣାପଡିଛି।ଜୟପୁର ବିଧାନସଭା ଆସନରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ,  କୋଟପାଡ ନିମନ୍ତେ ପଦ୍ମିନୀ ଦିଆନ,  କୋରାପୁଟ ନିମନ୍ତେ ପୂର୍ବତନ ବିଧାୟକ ରଘୁରାମ ପଡାଲ, ଲକ୍ଷ୍ମିପୁର ନିମନ୍ତେ ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି ନାମ ଘୋଷଣା କରାଯାଇଥିଲା।କୋରାପୁଟ ଲୋକସଭା ଆସନ ନିମନ୍ତେ ସାଂସଦ ଜିନ୍ନ ହିକକାଙ୍କ ପତ୍ନୀ କୈାଶଲ୍ୟା ହିକକାଙ୍କ ନାମ ଘୋଷଣା କରାଯାଇଥିଲା।ପଟ୍ଟାଙ୍ଗୀ ବିଧାନସଭା ଆସନ ନିମନ୍ତେ ବିଜେଡିର ପ୍ରାର୍ଥି ନାମ ଘୋଷଣା କରାଯାଇ ନ ଥିବା ଜଣାପଡିଛି।