Odiapua.com

 କୋରାପୁଟ ଜିଲ୍ଲାରେ ୯ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ୧୨-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ  ସୋମବାର ଦିନ ୩ଜଣ ମହିଳାଙ୍କ ସମେତ ୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି  । ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଜୟପୁର ପୌରାଂଚଳର ନୂଆସହି,ଆଦର୍ଶନଗର  ଓ ଜୟପୁର  ମେନରୋଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କୋରାପୁଟ ପୌରାଂଚଳର ପୁଜାରିପୁଟ ଓ ଏସସିଟିଆଇ କଲୋନୀରୁ  ଜଣେ ଲେଖାଏଁ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବୋରିଗୁମ୍ମା ବ୍ଲକ ବରଗାଁରୁ ୨  ଓ  ଜୟପୁର ବ୍ଲକ ଆମ୍ବାଗୁଡା ପଂଚାୟତର ବଡମଜୁରମୁଣ୍ଡାରୁ  ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ଲକ୍ଷ୍ମୀପୁର ବ୍ଲକ କଟ୍ରାକଣା ଗ୍ରାମରୁ ଅନ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ୍ ୧୧ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର ୧ଲକ୍ଷ ୮୪  ହଜାର ୧୫୯ ଜଣଙ୍କୁ କରୋନା ଟୀକା କରଣ କରା ଯାଇଥିବା ଜିଲ୍ଲାପ୍ରଶାସନ  ପକ୍ଷରୁ ସୂଚନା ଦିଆଯାଇଛି  ା