Odiapua.com

କୋରାପୁଟ ଜିଲ୍ଲାରେ  ୮ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ୦୯୦୪ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲାରେ ୨ଜଣ ମହିଳାଙ୍କ ସମେତ ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଜୟପୁର ପୌରାଂଚଳର ମେନରୋଡରୁ ଜଣେ  ଥିବାବେଳେ କୋରାପୁଟ ବ୍ଲକ ଦାମନଯୋଡି ନାଲକୋ ସେକ୍ଟର- ୨ ଅଂଚଳରୁ ଜଣେ  ଚିହ୍ନଟ ହୋଇଛନ୍ତି । ସେହିପରି ଜୟପୁର ବ୍ଲକର  ବାରଣୀପୁଟରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମିଲିଗୁଡା ବ୍ଲକ ଭେଜାପୁଟରୁ ୧ ଏବଂ କୋଟପାଡ ବ୍ଲକ ଭନସୁଲି ଗ୍ରାମରୁ ୨ ଓ ଅସନା ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।