Odiapua.com

କୋରାପୁଟ ଜିଲ୍ଲାରେ ୭ ଜଣ କରୋନା ପଜଟିଭ ଚିହ୍ନଟ

କୋରାପୁଟ ୦୪-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ରବିବାର ଦିନ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୩ ଜଣ ମହିଳା ରହିଥିବା ଜଣାପଡିଛି ।ଜୟପୁର ମ୍ୟୁନସିପାଲଟିର ବ୍ରହ୍ମାସାହିରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଜୟପୁର ବ୍ଲକର ଟାଙ୍ଗୁଆ ଗ୍ରାମରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।ସୁନାବେଡା ମ୍ୟୁନସିପାଲଟିରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେଥିମଧ୍ୟରୁ ସୁନାବେଡା ହାଲ ଟାଉନସିପରୁ ଜଣେ ଚିହ୍ନଟ ହୋଇଥିବା ବେଳେ ସେମିଲିଗୁଡା ସରସ୍ୱତୀ ନଗରରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ।