କୋରାପୁଟ ୨୨-୦୭(ଓଡିଆ ପୁଅ/ରଂଜନ ଦାସ) ଗୁରୁବାର କୋରାପୁଟ ଜିଲ୍ଲାରେ ୩ଜଣ ମହିଳାଙ୍କ ସମେତ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୭୫୬ରେ ପହଂଚିଛି । ଆଜିର ଆକ୍ରାନ୍ତମାନଙ୍କମଧ୍ୟରୁକୋରାପୁଟ,ଜୟପୁର,ସୁନାବେଡାପୌରାଂଚଳଓକୋଟପାଡଏନଏସିସମେତବନ୍ଧୁଗାଁ,ବୋରିଗୁମ୍ମା,କୋରାପୁଟ,କୁନ୍ଦୁରା,ଲମତାପୁଟ,ଲକ୍ଷ୍ମୀପୁର,ନନ୍ଦପୁର,ନାରାୟଣପାଟଣା ଓ ପଟ୍ଟାଙ୍ଗୀ ବ୍ଲକରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଆଜି କେବଳ ବୈପାରିଗୁଡା ବ୍ଲକରୁ ୨,ଦଶମନ୍ତପୁର ବ୍ଲକରୁ ୧,ଜୟପୁର ବ୍ଲକରୁ ୧,କୋଟପାଡ ବ୍ଲକରୁ ୨ ଓ ସେମିଲିଗୁଡା ବ୍ଲକରୁ ଜଣେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୨୨ ତାରିଖ ସୁଦ୍ଧା ୪ ଲକ୍ଷ ୫୪ ହଜାର ୮୮୨ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୮୪୪୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୩୮ ଟି ସକ୍ରୀୟ କେସ ରହିଛି । ଜିଲ୍ଲାରେ ଗୁରୁବାର ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୬୯ ରହିଛି ।