Odiapua.com

   କୋରାପୁଟ ଜିଲ୍ଲାରେ  ୫୪ଜଣ କରୋନା ପଜିଟିଭ  ଚିହ୍ନଟ

କୋରାପୁଟ ୨୫-୦୬(ଓଡିଆ ପୁଅ /ରଂଜନ ଦାସ) ଶୁକ୍ରବାର କୋରାପୁଟ ଜିଲ୍ଲାରେ  ୧୯ଜଣ ମହିଳାଙ୍କ ସମେତ   ୫୪ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୭୭୪୮ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୨,  ଜୟପୁର ପୌରାଂଚଳରୁ ୧୪ , ସୁନାବେଡା ପୌରାଂଚଳରୁ  ୮ ଏବଂ କୋଟପାଡ ଏନଏସିରୁ  ଜଣେ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର  ବନ୍ଧୁଗାଁ,କୁନ୍ଦୁରା,ଲମତାପୁଟ, ଲକ୍ଷ୍ମୀପୁର,ନନ୍ଦପୁର.ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା ବ୍ଲକରେ  ଜଣେ ହେଲେ ପଜିଟିଭ ବାହାରି ନ ଥିବା ଜଣାପଡିଛି ।  ସେହିପରି  ବୈପାରିଗୁଡା ବ୍ଲକରୁ ୧,ବୋରିଗୁମ୍ମା ବ୍ଲକରୁ ୧୦,ଦଶମନ୍ତପୁର ବ୍ଲକରୁ ୬,ଜୟପୁର ବ୍ଲକରୁ ୪ ଓ କୋରାପୁଟ ବ୍ଲକରୁ ୪ ଜଣ  ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୨ ଓ ନାରାୟଣପାଟଣା ବ୍ଲକରୁ ୨ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୪  ତାରିଖ ସୁଦ୍ଧା ୩ ଲକ୍ଷ ୫୯ ହଜାର ୨୭୫ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୨୫  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୬୮୨୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୬୯ ଟି ସକ୍ରୀୟ କେସ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସୁଦ୍ଧା  ଜିଲ୍ଲାରେ  କରୋନାରେ ୫୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।