Odiapua.com

କୋରାପୁଟ ଜିଲ୍ଲାରେ ୪ଜଣ ଲକ୍ଷଣ ବିହୀନ ଡେଙ୍ଗୁ ରୋଗୀ ଚିହ୍ନଟ

କୋରାପୁଟ ୩୦-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ  ଏ ପର୍ଯ୍ୟନ୍ତ ୪ ଜଣ ଲକ୍ଷଣ ବିହୀନ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଡିପିଏଚଓ(ଜନସ୍ୱାସ୍ଥ୍ୟ) ଡାକ୍ତର ଅରୁଣ କୁମାର ପାଢୀ ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲାର ସମସ୍ତ ମ୍ୟୁନସିପାଲଟିରେ  ଡ୍ରେନସବୁ ସଫା କରିଦେଇଥିବା ସେ ପ୍ରକାଶ କରିଛନ୍ତି ।ଏ ସଂପର୍କରେ ଲୋକମାନଙ୍କୁ ସଚେତନତା କରାଯାଇଥିବା ସେ ସୂଚନା ଦେଇଛନ୍ତି ।କୋରାପୁଟ ସହରରେ ସମସ୍ତ ଡ୍ରେନ ସଫା କରାଯିବା ସହ ବ୍ଲିଚିଂ ପାଉଡର ପକାଯାଇଥିବା  ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ପ୍ରକାଶ କରିଛନ୍ତି ।କୋରାପୁଟ ସହରର ପୁରୁଣା କୋରାପୁଟ , ଡାଙ୍ଗଦେଉଳା ଓ ସହରର ମୁଖ୍ୟ ଅଂଚଳରେ ମଶା ଧୁଆଁ  ସ୍ପ୍ରେ କରାଯାଇଥିବା ସେ ସୂଚନା ଦେଇଛନ୍ତି ।କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ମହିଳା ଭେଷଜ ଓାର୍ଡରେ ସ୍ୱତନ୍ତ ଡେଙ୍ଗୁ ଓାର୍ଡ ଖୋଲାଯାଇଥିବା ହସପିଟାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାନାଥ ମହାପାତ୍ର ସୂଚନା ଦେଇଛନ୍ତି ।