Odiapua.com

କୋରାପୁଟ ଜିଲ୍ଲାରେ ୨୬୬ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ୧୯-୦୫(ଓଡିଆ ପୁଅ / ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ  ୯୯ଜଣ ମହିଳାଙ୍କ ସମେତ  ୨୬୬ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୨୫୫୨ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୨୧ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ସର୍ବାଧିକ ୨୬ , ସୁନାବେଡା ପୌରାଂଚଳରୁ ୨୦  ଏବଂ କୋଟପାଡ ଏନଏସିରୁ   ଜଣେ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ  ବ୍ଲକରୁ ୩, ବୈପାରିଗୁଡା ବ୍ଲକରୁ ୫,ବୋରିଗୁମ୍ମା ବ୍ଲକରୁ ୩୨,ଦଶମନ୍ତପୁର ବ୍ଲକରୁ ୧୩,ଜୟପୁର ବ୍ଲକରୁ ୧୬  ଓ କୋରାପୁଟ ବ୍ଲକରୁ ୧୭ ଜଣ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୧୨,କୁନ୍ଦୁରା ବ୍ଲକରୁ ୨୪,ଲମତାପୁଟ ବ୍ଲକରୁ ୫,ଲକ୍ଷ୍ମୀପୁର ବ୍ଲକରୁୁ ୨୧,ନନ୍ଦପୁର ବ୍ଲକରୁୁ ୧୮,ନାରାୟଣପାଟଣା ବ୍ଲକରୁ  ୮,ପଟ୍ଟାଙ୍ଗୀ ବ୍ଲକରୁୁ ୧୦  ଏବଂ  ସେମିଲିଗୁଡା  ବ୍ଲକରୁ  ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୧୯  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୫୩  ହଜାର ୩୬୩ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ମଇ ୧୯ ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୦୦୨୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୫୦୦ ଟି ସକ୍ରୀୟ କେସ ରହିଛି ଓ  ୨୯ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।