Odiapua.com

କୋରାପୁଟ ଜିଲ୍ଲାରେ ୨୪ ଟି ଜଳବିଭାଜିକା ପ୍ରକଳ୍ପ ବନ୍ଦ ହେବ ; ଚିନ୍ତାରେ ଠିକା କର୍ମଚାରୀ

କୋରାପୁଟ ; ତା ୨୫-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ୨୪ ଟି ଜଳବିଭାଜିକା ପ୍ରକଳ୍ପ ବନ୍ଦ କରାଯିବ ବୋଲ ରାଜ୍ୟ ନିଦେ୍ର୍ଦଶକ ଚିଠି ପ୍ରେରଣ କରିବା ପରେ କାର୍ଯ୍ୟରତ ଠିକା କାର୍ମଚାରୀମାନେ ଚିନ୍ତାରେ ପଡିଯାଇଥିବା ଜଣାପଡିଛି ।ଜିଲ୍ଲା ସଂଘର ସଭାପତି ଅଶୋକ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଟିତ ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇଥିଲା ।ଉକ୍ତ ପ୍ରକଳ୍ପରେ ଅନେକ ବର୍ଷ ହେଲା କାର୍ଯ୍ୟକରିବା ପରେ ଏବେ ଯଦି ବାହାର କରିଦିଆଯାଏ ତେବେ ବୟସ ଅତିକ୍ରାନ୍ତ ହୋଇଯାଇଥିବାରୁ ପରିବାର ଭରଣପୋଷଣ କରିବା କଷ୍ଟକର ହୋଇଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।ପ୍ରକଳ୍ପ ବନ୍ଦ ହୋଇଗଲେ ୨୪ଜଣ ଚୁକ୍ତିଭିତିକ ଠିକା କର୍ମଚାରୀ ଚାକିରୀ ହରେଇବେ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଥିଲେ ।ପ୍ରକଳ୍ପ ବନ୍ଦ ହୋଇଗଲେ ପ୍ରକଳ୍ପ ଅନ୍ତର୍ଗତ ଚାଷୀମାନେ ମଧ୍ୟ ପ୍ରଭାବିତ ହେବେ ବୋଲି ସେ ସୂଚନା ଦେଇଥିଲେ ।ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଉକ୍ତ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଥିଲେ ।ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନା ଅନୁଦାନ ବନ୍ଦ ହେବା ଯୋଗୁଁ କୋରାପୁଟ ଜିଲ୍ଲାର ନନ୍ଦପୁର , କୋରାପୁଟ ଓ ଲମତାପୁଟ ବ୍ଲକରେ ୨୦୧୩/୧୪ ମସିହାରେ କାର୍ଯ୍ୟକାରୀ ହେଉଥିବା ବେଂଚ -୫ ଓ ୨୦୧୪/୧୫ ମସିହାରେ କାର୍ଯ୍ୟକାରୀ ହେଉଥିବା ବେଂଚ-୬ ର ୨୪ ଟି ପ୍ରକଳ୍ପ ବନ୍ଦ ହେବ ବୋଲି କୋରାପୁଟ ଜଳବିଭାଜିକା ଉପ ନିଦେ୍ର୍ଦଶକ ଭବାନୀ ଶଙ୍କର କାଲ ସୂଚନା ଦେଇଥିଲେ ।