Odiapua.com

କୋରାପୁଟ ଜିଲ୍ଲାରେ ୨୦୦ଜଣ ଡେଙ୍ଗୁ  ପଜିଟିଭ ରୋଗୀ ଚିହ୍ନଟ

କୋରାପୁଟ ୩୦-୧୧(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ  ୨୦୦ଜଣ ଡେଙ୍ଗୁ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ସୂଚନା ଦେଇଛନ୍ତି ।କଟକ ,ଭୁବନେଶ୍ୱର ,ବ୍ରହ୍ମପୁର ,ପାର୍ବତୀପୁରମ ଓ ବିଶାଖାପାଟଣା ଅଂଚଳରୁ କୋରାପୁଟ ଜିଲ୍ଲାକୁ ଆସିଥିବା ବ୍ୟକ୍ତିମାନଙ୍କୁ ଡେଙ୍ଗୁ ପଜିଟିଭ ବାହାରିଥିବା ସେ ପ୍ରକାଶ କରିଛନ୍ତି ।ବାହାରରୁ ୧୧୦ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୋରାପୁଟ ଜିଲ୍ଲାରେ ୯୦ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି ।ଏ ପର୍ଯ୍ୟନ୍ତ କୈାଣସି ଡେଙ୍ଗୁ ରୋଗୀ ମୃତ୍ୟୁବରଣ କରି ନ ଥିବା ସେ ପ୍ରକାଶ କରିଛନ୍ତି ।ଶୀତ ଦିନ ଆସିଲାଣି ଡେଙ୍ଗୁ ରୋଗୀ ସଂଖ୍ୟା ହ୍ରାସ ପାଇବ ବୋଲି ସେ ସୂଚନା ଦେଇଛନ୍ତି ।