Odiapua.com

କୋରାପୁଟ ଜିଲ୍ଲାରେ ୧୯୬ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ୧୫-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଶନିବାର ଦିନ  ୭୮ ଜଣ ମହିଳାଙ୍କ ସମେତ   ୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୧୦୯୭ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୩୬ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୪୦, ସୁନାବେଡା ପୌରାଂଚଳରୁ ୧୦ ଏବଂ କୋଟପାଡ ଏନଏସିରୁ  ୩ ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି   ବୈପାରୀଗୁଡା ବ୍ଲକରୁ ୨,ବୋରିଗୁମ୍ମା ବ୍ଲକରୁ ୨୯,ଦଶମନ୍ତପୁର ବ୍ଲକରୁ ୮,ଜୟପୁର ବ୍ଲକରୁ ୧୮  ଓ କୋରାପୁଟ ବ୍ଲକରୁ ୮ ଜଣ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୭,କୁନ୍ଦ୍ରା ବ୍ଲକରୁ ୬,ଲମତାପୁଟ ବ୍ଲକରୁ ୩,ଲକ୍ଷ୍ମୀପୁର ବ୍ଲକରୁ ୭,ନନ୍ଦପୁର ବ୍ଲକରୁ ୪,ନାରାୟଣପାଟଣା ବ୍ଲକରୁ ୨,ପଟ୍ଟାଙ୍ଗୀ ବ୍ଲକରୁ ୪ ,ଏବଂ  ସେମିଲିଗୁଡା  ବ୍ଲକରୁ  ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୧୪  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୪୮  ହଜାର ୪୦୮ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।ସେହିପରି ମଇ ୧୪ ତାରିଖ  ସୁଦ୍ଧା ଜିଲ୍ଲାର ମୋଟ   ଆକ୍ରାନ୍ତଙ୍କ ଭିତରୁ  ୯୩୨୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ୧୭୪୭ ଟି ସକ୍ରୀୟ କେସ ରହିଛି ଓ  ୨୨ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।