କୋରାପୁଟ ୧୦-୦୭(ଓଡିଆ ପୁଅ /ରଂଜନ ଦାସ) ଶନିବାର କୋରାପୁଟ ଜିଲ୍ଲାରେ ୧୪ଜଣ ମହିଳାଙ୍କ ସମେତ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫୪୫ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୩ ଓ ସୁନାବେଡା ପୌରାଂଚଳରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ବୋରିଗୁମ୍ମା ବ୍ଲକରୁ ୧,ଦଶମନ୍ତପୁର ବ୍ଲକରୁ ୪ କୋରାପୁଟ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୪,ଲମତାପୁଟ ବ୍ଲକରୁ ୩,ନାରାୟଣପାଟଣା ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ ଶନିବାର ଜିଲ୍ଲାର ଜୟପୁର ପୌରାଂଚଳ ଓ କୋଟପାଡ ଏନଏସି ସମେତ ବନ୍ଧୁଗାଁ,ବୈପାରିଗୁଡା,ଜୟପୁର,କୁନ୍ଦୁରା, ଲକ୍ଷ୍ମୀପୁର,ନନ୍ଦପୁର,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା ବ୍ଲକରୁ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୯ ତାରିଖ ସୁଦ୍ଧା ୪ ଲକ୍ଷ ୧୬ ହଜାର ୧୧୬ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୭୯୨୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୫୫୮ ଟି ସକ୍ରୀୟ କେସ ରହିଛି । ଜିଲ୍ଲାରେ ଶନିବାର ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୬୭ ରହିଛି ।