Odiapua.com

କୋରାପୁଟ ଜିଲ୍ଲାରେ ୧୭୮ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ୦୨-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ବୁଧବାର ଦିନ ୭୩ଜଣ ମହିଳାଙ୍କ ସମେତ  ୧୭୮ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୫୪୩୦ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୨୧ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୨୬ , ସୁନାବେଡା ପୌରାଂଚଳରୁ ୫ ଏବଂ କୋଟପାଡ ଏନଏସିରୁ   ୧୬ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ ବ୍ଲକରୁ ୬,ବୈପାରିଗୁଡାରୁ ୪,ବୋରିଗୁମ୍ମାରୁ ୩୦,ଦଶମନ୍ତପୁରରୁ ୩,ଜୟପୁର ବ୍ଲକରୁ ୯  ଓ କୋରାପୁଟ ବ୍ଲକରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି ।   କୋଟପାଡ ବ୍ଲକରୁ ୧୧,କୁନ୍ଦୁରାରୁ ୨୨,ଲମତାପୁଟରୁ ୧,ଲକ୍ଷ୍ମୀପୁରରୁ ଆଜି କେହି  ଚିହ୍ନଟ ହୋଇ ନଥିବାବେଳେ ,ନନ୍ଦପୁରରୁ ୫,ନାରାୟଣପାଟଣାରୁ  ୧,ପଟ୍ଟାଙ୍ଗୀରୁ ୪  ଏବଂ  ସେମିଲିଗୁଡା  ବ୍ଲକରୁ  ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ୍ ୧  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୮୯  ହଜାର ୩୯୮  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୧ ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୩୧୨୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୨୬୦ ଟି ସକ୍ରୀୟ କେସ ରହିଛି ଓ  ୪୨ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।