Odiapua.com

କୋରାପୁଟ ଜିଲ୍ଲାରେ ୧୩୩ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ୦୪-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ମଙ୍ଗଳବାର ଦିନ  ୫୨ଜଣ ମହିଳାଙ୍କ ସମେତ  ୧୩୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୧୪ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ  ଜୟପୁର ପୌରାଂଚଳରୁ ୪୨ ,ସୁନାବେଡା ପୌରାଂଚଳରୁ ୮ ଏବଂ କୋଟପାଡ ଏନଏସିରୁ ୮ ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି   ବୈପାରିଗୁଡା ବ୍ଲକରୁ ୪,ବୋରିଗୁମ୍ମାରୁ ୬,ଦଶମନ୍ତପୁର ବ୍ଲକରୁ ୮,ଜୟପୁର ବ୍ଲକରୁ ୧୨  ଓ କୋରାପୁଟ ବ୍ଲକରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୧,କୁନ୍ଦୁରା ବ୍ଲକରୁ ୨,  ଲକ୍ଷ୍ମୀପୁର ବ୍ଲକରୁ ୩,ନନ୍ଦପୁର ବ୍ଲକରୁ ୧,ନାରାୟଣପାଟଣା ବ୍ଲକରୁ ୨ ପଟ୍ଟାଙ୍ଗା ବ୍ଲକରୁ ୧ ଏବଂ ସେମିଲିଗୁଡା  ବ୍ଲକରୁ  ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୪  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୩୫  ହଜାର ୩୫  ଜଣଙ୍କୁ କରୋନା ଟୀକା କରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେହିପରି ମଇ ୪ ସୁଦ୍ଧା ଜିଲାର ମୋଟ ୯୩୨୬  ଆକ୍ରାନ୍ତଙ୍କ ଭିତରୁ  ୮୩୭୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୯୨୬ଟି ଏକ୍ଟିଭ କେସ ରହିଛି ଓ  ୨୧ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ  ତରଫରୁ ସୂଚନା  ଦିଆଯାଇଛି ।