Odiapua.com

କୋରାପୁଟ ଜିଲ୍ଲାରେ ୧୨୭ କାରୋନା ପଜିଟିଭ ଚିହ୍ନଟ

କୋରାପୁଟ ୦୨-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ରବିବାର ଦିନ  ୪୬ଜଣ ମହିଳାଙ୍କ ସମେତ  ୧୨୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।ଏଥିମଧ୍ୟରୁ ଗୋଟିଏ କେସ ବାହାର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଗୋଟିଏ କେସ ଦୋହରା ରହିଥିବା ସୂଚନା ଦିଆଯାଇଛି ।  ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୨୮ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ  ଜୟପୁର ପୌରାଂଚଳରୁ ୨୭ ,ସୁନାବେଡା ପୌରାଂଚଳରୁ ୯ ଏବଂ କୋଟପାଡ ଏନଏସିରୁ ୧୨ ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପର ିକୋଟପାଡ , କୁନ୍ଦ୍ରା ,ଲକ୍ଷ୍ମିପୁର ,ନାରାୟଣପାଟଣା ଓ ପଟ୍ଟାଙ୍ଗୀ ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡିଛି ।ନନ୍ଦପୁର,ବନ୍ଧୁଗାଁ ଓ ଲମତାପୁଟ ବ୍ଲକରୁ ୨ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୋରିଗୁମ୍ମା ଓ ଦଶମନ୍ତପୁର ବ୍ଲକରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡିଛି ।କୋରାପୁଟ ବ୍ଲକରୁ ୧୧ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେସେମିଲିଗୁଡା ବ୍ଲକରୁ ୧୦,ଜୟପୁର ବ୍ଲକରୁ ୬ ଓ ବୈପାରୀଗୁଡା ବ୍ଲକରୁ୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୨  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୧୯  ହଜାର ୬୯୮  ଜଣଙ୍କୁ କରୋନା ଟୀକା କରଣ କରାଯାଇଥିବା ଜିଲା ପ୍ରଶାସନ ତରଫରୁ  ସୂଚନା ଦିଆଯାଇଛି । ସେହିପରି ମଇ ୨ ସୁଦ୍ଧା ଜିଲ୍ଲାର ମୋଟ ୯୦୪୮  ଆକ୍ରାନ୍ତଙ୍କ ଭିତରୁ  ୮୨୭୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୭୫୦ଟି ଏକ୍ଟିଭ କେସ ରହିଛି ଓ  ୨୧ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ  ସୂଚନା ଦିଆଯାଇଛି ।