Odiapua.com

କୋରାପୁଟ ଜିଲ୍ଲାରେ ସାମ୍ବାଦିକଙ୍କୁ କୋଭିଡ ଟୀକା

କୋରାପୁଟ ୦୭-୦୫(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ  କାର୍ଯ୍ୟରତ ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧାଭାବେ ଘୋଷଣା କରିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ  କୋଭିଡ ଟୀକାକରଣ  କରାଯାଉଛି ।କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଶୁକ୍ରବାର ଦିନ ୪ ଟି ଟୀକାକରଣ କେନ୍ଦ୍ରରେ କୋଭିଡ ଟୀକା ପ୍ରଦାନ କରାଯାଇଥିଲା ।ସକାଳ ୮ ଘଟିକାରୁ ୧୦ ଘଟିକା ପଯ୍ୟନ୍ତ କେବଳ ସାମ୍ବାଦିକମାନଙ୍କୁ ଟୀକା ପ୍ରଦାନ କରାଯାଇଥିଲା ।କୋରାପୁଟ ସଦର ମହକୁମାସ୍ଥିତ ଗାନ୍ଧିନଗର ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାମ୍ବାଦିକମାନଙ୍କୁ ଟୀକା ପ୍ରଦାନ କରାଯାଇଥିଲା ।ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ପ୍ରଚେଷ୍ଟାରେ  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧାଭାବେ ଘୋଷଣା କରିବା ଓ ପରବର୍ତି ସମୟରେ ସାମ୍ବାଦିକମାନଙ୍କୁ ଟୀକାକରଣ କରାଯାଉଥିବାରୁ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଭବାନୀ ଶଙ୍କର ମିଶ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ,ଓୟୁଜେ ସଭାପତି ଶ୍ରୀ ମହାନ୍ତି  ଓ କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରମୁଖଙ୍କୁ ଧନ୍ୟବାଦ ଜଣେଇଛନ୍ତି ।କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା , ଜିଲ୍ଲା ସୂଚନା ଓ ଲୋକ ସଂପର୍କ  ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ , କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।