Odiapua.com

କୋରାପୁଟ ଜିଲ୍ଲାରେ  ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ପାଳିତ ; କୋଭିଡ ନିୟମକୁ ପାଳନ କରି ଅକ୍ଷି ମୁଠି ବୁଣିଲେ ଚାଷୀ

କୋରାପୁଟ  ତା୧୫-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଟାନ ପ୍ରଗତି ଆନୁକୁଲ୍ୟରେ ଏବଂ ଏଡେଲ ଗିବ ଫାଉଣ୍ଡେସନ ଓ ଆଇଫାଡ ସହାୟତାରେ ଜିଲ୍ଲାର କୋଟପାଡ ,ବୋରିଗୁମ୍ମା ,ଜୟପୁର ,କୋରାପୁଟ,ଲମତାପୁଟ ଓନନ୍ଦପୁରର ବିଭିନ୍ନ ସ୍ଥାନରେ କୋଭିଡ ନିୟମକୁ ପାଳନ କରି ଚାଷୀମାନେ ଅକ୍ଷି ମୁଠି ଅନୁକୂଲ କରିଥିବା ଜଣାପଡିଛି ।କୋରାପୁଟର କାର୍ଯ୍ୟକ୍ରମ ଅଧିକାରୀ ତଥା ଗୋଷ୍ଠି ସାଧନକର୍ମିମାନେ ଯୋଗଦେଇ କୃଷକମାନଙ୍କୁ ଶ୍ରୀ ପ୍ରଣାଳୀରେ ଧାନ ଓ ମାଣ୍ଡିଆ ଚାଷ , ଜୈବିକ କୃଷି ଓ ଅଧା ଏକର ଆଦର୍ଶ କୃଷି ସଂପର୍କରେ ଆଲୋଚନା କରିଥିଲେ ।ଜଳବାୟୁ ପରିବର୍ତନ ଜନିତ ସମସ୍ୟାର ସମାଧାନ ପାଇଁ ଗୁଣାତ୍ମକ ବିହନ ,ଦେଶୀ ବିହନ ଓ ଜୈବିକ କୃଷିର ପ୍ରସାର କରାଯିବା ଆବଶ୍ୟକ ବୋଲି ଚାଷୀମାନେ ମତବ୍ୟକ୍ତ କରିଥିଲେ ।ପ୍ରଗତି ଦ୍ୱାରା ପ୍ରୋତ୍ସାହିତ  ଜୈବିବ ଶ୍ରୀ କୃଷକ ଉତ୍ପାଦକ କଂପାନୀ ,ଡଙ୍ଗରଦେଇ କୃଷକ ଉତ୍ପାଦକ କଂପାନୀ ,ବୋରିଗୁମ୍ମା ,ଚିତ୍ରଦୋରା କୃଷକ ଉତ୍ପାଦକ କଂପାନୀ,କୋଟପାଡ,ମା ନିଶାଣୀମୁଣ୍ଡା କୃଷକ ଉତ୍ପାଦକ କଂପାନୀ,କୋରାପୁଟ,ନାଗେଶ୍ୱରୀ କୃଷକ ଉତ୍ପାଦକ କଂପାନୀ ,ନନ୍ଦପୁର,ଦେଓମାଳି କୃଷକ ଉତ୍ପାଦକ କଂପାନୀ ,ଲମତାପୁଟ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।