Odiapua.com

କୋରାପୁଟ ଜିଲ୍ଲାରେ ନିମୋକୋକାଲ କଞୁଗେଟ ଟୀକାର ଶୁଭାରମ୍ଭ

କୋରାପୁଟ ୩୦-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଗାନ୍ଧିନଗରସ୍ଥିତ ୟୁପିଏଚସିଠାରେ ନିମୋକୋକାଲ କଞୁଗେଟ ଟୀକାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ହୋଇଯାଇଛି ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା ଜଣେ ଶିଶୁକୁ ଟୀକା ପ୍ରଦାନ କରି ଜିଲ୍ଲାସ୍ତରୀୟ ଟୀକାକରଣର ଶୁଭାରମ୍ଭ କରିଥିଲେ ।ନିମୋନିଆ ରୋଗର ନିରାକରଣ ପାଇଁ ନିମୋକୋକାଲ କଞୁଗେଟ ଟୀକା ପ୍ରଦାନ କରାଯାଉଥିବା ଡାକ୍ତର ବେଉରା ସୂଚନା ଦେଇଛନ୍ତି । ପିଲାକୁ ଦେଢମାସରେ ପ୍ରଥମ ଟୀକା , ସାଢେ ୩ ମାସରେ ୨ ୟ ଟୀକା ଓ ୯ମାସରେ ବୁଷ୍ଟର ଟୀକା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଜୟପୁର ଓ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁମାନଙ୍କୁ ଟୀକା ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି ।ଏଡିପିଏଚଓ(ପରିବାର କଲ୍ୟାଣ) ତଥା ଜିଲ୍ଲା ନୋଡାଲ ଅଧିକାରୀ ଡାକ୍ତର ନୀଳମାଧବ ଶତପଥି ଶୁଭାରମ୍ଭ ବେଳେ ଉପସ୍ଥିତ ଥିଲେ ।ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗାନ୍ଧିନଗର ୟୁପିଏଚସିରେ  ପ୍ରଥମ ଦିନରେ ୧୧ ଜଣ  ଶିଶୁ ନିମୋକୋକାଲ କଞୁଗେଟ ଟୀକା ନେଇଥିଲେ ବୋଲି ଜଣାପଡିଛି ।