Odiapua.com

କୋରାପୁଟ ଜିଲ୍ଲାରେ ଗତବର୍ଷ ତୁଳନାରେ ଚଳିତବର୍ଷ ରାସ୍ତା ଦୁର୍ଘଟଣାରେ  ମୃତ୍ୟୁ ସଂଖ୍ୟା ବୃଦ୍ଧି

କୋରାପୁଟ ୨୬-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ରାସ୍ତା ଦୁର୍ଘଟନା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା କୋରାପୁଟ ଜିଲ୍ଲା ରାସ୍ତା ସୁରକ୍ଷା କମିଟି ବୈଠକରୁ ଜଣାପଡିଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆଂଚଳିକ ପରିବହନ ଅଧିକାରୀ ପି.କେ.ଦାସ ଯୋଗଦେଇ ଗତବର୍ଷ ଜିଲ୍ଲାରେ ୧୬୭ ଟି ରାସ୍ତା ଦୁର୍ଘଟଣା ହୋଇଥିବା ବେଳେ ଚଳିତବର୍ଷ ୧୮୦ ଟି ରାସ୍ତା ଦୁର୍ଘଟଣା ହୋଇଥିବା ସୂଚନା ଦେଇଛନ୍ତି ।ଗତବର୍ଷ ରାସ୍ତା ଦୁର୍ଘଟଣାରେ ୯୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବା  ସେ ପ୍ରକାଶ କରିଛନ୍ତି ।ଜୟପୁରରୁ ବୋରିଗୁମ୍ମା  ମଧ୍ୟରେ ରାସ୍ତା ଖରାପ ଥିବାରୁ ତାହାକୁ ମରାମତି କରିବା ସହ ଜୟପୁର ଘାଟିତଳ ରାସ୍ତା ସମତଳ କରିବାକୁ ଜାତୀୟ ରାଜପଥ ନିର୍ବାହୀଯନ୍ତ୍ରୀଙ୍କୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।କୋରାପୁଟ ପୈାରାଂଚଳରେ କାଞିଆହୁଦା ନିମନ୍ତେ ସ୍ଥାନ ନିରୂପଣ କରିବାକୁ ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟଙ୍କୁ ନିର୍ଦ୍ଦେଶ ଦେବା ସହ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଦୁଇ ପାଶ୍ୱର୍ରେ ଚିତ୍ର ସହିତ ଗତିସୀମା ସ୍ଥାପନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଏହି ବୈଠକରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ଦାସ , ଡିଏସପି ନିରଞନ ବେହେରା ,କୋରାପୁଟ ରାସ୍ତା ଓ କୋଠାବାଡି ବିଭାଜନର ନିର୍ବାହୀ ଯନ୍ତ୍ରୀ  ସତ୍ୟ ନାରାୟଣ ଖୁରା ,ବରିଷ୍ଠ ସାମ୍ବାଦିକ ନିରୋଜ ଶତପଥି ,ଏଡିଇଓ ଅର୍ପିତା ପ୍ରଧାନ, କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବାରୁ ସାଧାରଣରେ ଚିନ୍ତା ପ୍ରକଟ କରାଯାଇଛି ।