Odiapua.com

କୋରାପୁଟ ଜିଲ୍ଲାରେ ଆରମ୍ଭ ହେଲା କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ

କୋରାପୁଟ ; ତା୦୨-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।୨ ତାରିଖଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ପଂଚାୟତ କାର୍ଯ୍ୟାଳୟରେ ଚାଷୀମାନଙ୍କୁ ଯୋଜନାରେ ସାମିଲ କରିବା ପାଇଁ ଆବେଦନ ଫର୍ମ ଦିଆଯିବ ।୧୦ ତାରିଖଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଲ୍ୟାମ୍ପସ୍ତରରେ ତଦନ୍ତ ଶେଷ ହେବାପରେ ୧୪ ତାରିଖଦିନ ଲ୍ୟାମ୍ପ କର୍ତୂପକ୍ଷ ଆବେଦନ ଫର୍ମଗୁଡିକଏଏଓ ମାନଙ୍କୁ ପ୍ରଦାନ କରିବେ ।୧୬ ତାରିଖ ମଧ୍ୟରେ କୃଷି ଉପନିଦେ୍ର୍ଦଶକ ଜିଲ୍ଲାପାଳଙ୍କ ଦସ୍ତଖତ ନେଇ କୃଷି ନିଦେ୍ର୍ଦଶକଙ୍କ ନିକଟକୁ ପ୍ରେରଣ କରିବେ ଓ ଏହାପରେ ଚାଷୀମାନେ ଦେଇଥିବା ପାସବୁକରେ ରବି ନିମନ୍ତେ ଅର୍ଥ ଯିବ ବୋଲି ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ରଥ ସୂଚନା ଦେଇଥିଲେ ।
କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାର ପଂଚାୟତରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବା ଜଣାପଡିଛି ।ମାନବାର ପଂଚାୟତ ନୋଡାଲ ଅଧିକାରୀ ତଥା କୃଷି ଏଓ କିଶୋର ଚନ୍ଦ୍ର ମହାପାତ୍ର ପଂଚାୟତ କାର୍ଯ୍ୟାଳୟରେ ପହଂଚି ଚାଷୀମାନଙ୍କୁ ଫର୍ମ ଦେଉଥିବା ନଜର କରାଯାଇଥିଲା ।ଏହି ସମୟରେ ପଂଚାୟତ ନିର୍ବାହୀ ଅଧିକାରୀ ଆର.ଏନ .ପଣ୍ଡା ଉପସ୍ଥିତ ଥିଲେ ।ମାନବାର ପଂଚାୟତରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା ୧୮୫ ରହିଥିବା ନୋଡାଲ ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ ।