Odiapua.com

କୋରାପୁଟ ଜିଲ୍ଲାରୁ ଶାଳମଞି କ୍ରୟର ଶୁଭାରମ୍ଭ

କୋରାପୁଟ ୧୭-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଂଚାୟତର ଖଜୁରୀପଦର ଗ୍ରାମରୁ ଶାଳମଞି କ୍ରୟର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି ।ପ୍ରାଥମିକ କ୍ରୟ ସଂସ୍ଥା ଗୁପ୍ତେଶ୍ୱରୀ ମହିଳା ସଂଘ ପକ୍ଷରୁ କ୍ରୟ କରାଯାଇଥିଲା ।କେଜି ପ୍ରତି ୨୦ ଟଙ୍କାରେ କ୍ରୟ କରାଯାଇଥିବା ଜଣାପଡିଛି ।ଗତବର୍ଷ ଜିଲ୍ଲାରୁ ୧୫୫୯୨.୧୫ କ୍ୱିଟାଂଲ ଶାଳମଞି କ୍ରୟ କରାଯାଇଥିଲା ବୋଲି ଟିଡିସିସି ଶାଖା ପରିଚାଳକ ଗଙ୍ଗାଧର ମହାନ୍ତି ସୂଚନା ଦେଇଛନ୍ତି ।୧୩ ଟି ପ୍ରାଥମିକ ସଂସ୍ଥା ମାଧ୍ୟମରେ ୧୫ ଟି  ସଂଗ୍ରହ କେନ୍ଦ୍ରରେ ୪୧୮୨ ଜଣ ପ୍ରାଥମିକ ସଂଗ୍ରହକାରୀ ଶାଳମଞି ବିକ୍ରୀ କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।ଶାଳମଞି ବିକ୍ରୀ କରିଥିବା ସଂସ୍ଥାକୁ ୩ କୋଟି ୧୧ ଲକ୍ଷ ୮୪ ହଜାର ୩୦୦ ଟଙ୍କା ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ଗତବର୍ଷ ବୈପାରୀଗୁଡା ,କୁନ୍ଦ୍ରା ,ବୋରିଗୁମ୍ମା ଓ କୋଟପାଡ ବ୍ଲକରୁ ଶାଳମଞି କ୍ରୟ କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି ।