Odiapua.com

କୋରାପୁଟ ଜିଲ୍ଲାପାଳ ସୁନାବେଡା ପୌର ପରିଷଦର ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କଲେ

କୋରାପୁଟ ଜିଲ୍ଲାପାଳ ସୁନାବେଡା ପୌର ପରିଷଦର ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କଲ
କୋରାପୁଟ ୦୭-୦୧(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସୁନାବେଡା ପୌର ପରିଷଦର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ ବୋଲି ଜଣାପଡିଛି। ଦୁଇଟି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ଯାଇଥିବା ବେଳେ ମିଶନ ଶକ୍ତି ଭବନ ଓ ମୁକ୍ତସ୍ଥାନ ଉନ୍ନତିକରଣ କାର୍ଯ୍ୟ ପରିଦର୍ଶନ କରିଥିଲେ। ମୋ ଖତ ଷ୍ଟୋରକୁ ଯାଇ ଜାଗୃତି ମହିଳା ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ନିର୍ମାଣ ହେବାକୁ ଥିବା ନୂତନ କାଉନସିଲର ଗୃହ ସ୍ଥାନ ଓ ଗାନ୍ଧୀ ଉଦ୍ୟାନ ପରିଦର୍ଶନ କରିଥିଲେ। ଡ୍ରାଇଭରସ କଲୋନୀ ନିକଟରେ ଥିବା ବନ୍ଧର ପୁନରୁଦ୍ଧାର ନିମନ୍ତେ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ନିର୍ମାଣଧିନ ପ୍ରତୀକ୍ଷାଳୟ କାର୍ଯ୍ୟର ତଦାରଖ କରିଥିଲେ । ଆହାର କେନ୍ଦ୍ର ସମ୍ମୁଖରେ ଥିବା ଜମିରେ ମଲ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।ସୁନାବେଡା ପୌର ପରିଷଦର ନିର୍ବାହୀ ଅଧିକାରୀ ସ୍ବସ୍ତିକ ଜମାଦାର ଓ ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ଉପସ୍ଥିତ ଥିଲେ।