Odiapua.com

କୋରାପୁଟ ଜିଲ୍ଲାପାଳଙ୍କ ନନ୍ଦପୁର ଓ ପାଡୁଆ ହାଇସ୍କୁଲ ପରିଦର୍ଶନ

କୋରାପୁଟ ୧୫-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର  ଗୁରୁବାର ଦିନ ଦିନକିଆ ନନ୍ଦପୁର ବ୍ଲକ ଗସ୍ତରେ ଆସି ନନ୍ଦପୁର ଓ ପାଡୁଆ  ହାଇସ୍କୁ ପରିଦର୍ଶନ କରିଥିଲେ । ମୋ ସ୍କୁଲ ଯୋଜନାରେ ସରକାରୀ ହାଇସ୍କୁଲ ଗୁଡିକର ଭିତିଭୂମିର ବିକାଶ ନିମନ୍ତେ ସେ ଛାତ୍ରଛାତ୍ରୀ , ଅଭିଭାବକ ଓ ସ୍କୁଲ କର୍ତୂପକ୍ଷଙ୍କ ସହ ଆଲୋଚନା କରିଥିଲୋ  ଭିତିଭୂମିର ବିକାଶ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନନ୍ଦପୁର ବିଡିଓ କୈଳାସ ଚନ୍ଦ୍ର ସିଆଲଙ୍କ ସେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏଭଳି ପରିଦର୍ଶନକୁ ଅଂଚଳବାସୀ ପ୍ରଶଂସା କରିଥିବା ଜଣାପଡିଛି ।ନନ୍ଦପୁର ହାଇସ୍କୁଲରେ ଛାତ୍ରଛାତ୍ରୀ ଅନୁପାତ ଅନୁସାରେ ବହୁତଳ ବିଶିଷ୍ଠ ଶ୍ରେଣୀଗୃହ ନିର୍ମାଣ କରିବାକୁ ପୂର୍ବତନ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଳ କୃଷ୍ଣ ବେବର୍ତା ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ବୋଲି ଜଣାପଡିଛି ।