Odiapua.com

କୋରାପୁଟ ଜିଲ୍ଲାପରିଷଦ ସଭାପତି ଆସନଗ୍ରହଣ କଲେ ତୁଲସୀ

କୋରାପୁଟ ୧୩-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାପରିଷଦ ସଭାପତି ଆସନ ତୁଲସୀ କିରସାନି ଗ୍ରହଣ କରିଥିବା ଜଣାପଡିଛି।ଲକ୍ଷ୍ମିପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ସଭାପତି ଥିବା ପ୍ରଭୁ ଜାନି ବିଜୟୀ ହେବାପରେ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ।ଗତକାଲି ଜିଲ୍ଲାପରିଷଦର ସ୍ୱତନ୍ତ୍ର ବୈଠକରେ ଉପସଭାପତି ତୁଲସୀ କିରସାନିଙ୍କୁ ନିର୍ବାଚନ ନ ହେବା ପର୍ଯ୍ୟନ୍ତ ଭାରପ୍ରାପ୍ତ ସଭାପତି ଭାବେ ସଦସ୍ୟ /ସଦସ୍ୟମାନେ ମଞ୍ଜୁର କରିଥିଲେ।ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲାପରିଷଦ ସଭାପତିଙ୍କ କାର୍ଯ୍ୟାଳୟରେ ପୂଜାର୍ଜନା କରି ପ୍ରବେଶ କରିଥିଲେ।କୋରାପୁଟ ଜିଲ୍ଲାରେ ବିଶେଷକରି ସ୍ୱାସ୍ଥ୍ୟ,  ଶିକ୍ଷା ଓ ପାନୀୟଜଳ ଉପରେ ସେ ଗୁରୁତ୍ୱ ଦେଇ କାର୍ଯ୍ୟକରିବେ ବୋଲି ପ୍ରକାଶ କରିଥିଲେ।କୋରାପୁଟ ଜିଲ୍ଲାପରିଷଦ ସଦସ୍ୟା ପାର୍ବତୀ ମସ୍ତି,  କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ କାଉନସିଲର ରାମଚନ୍ଦ୍ର ମାଝି ଓ ଅନେକ ବିଜେଡି ନେତାମାନେ କାର୍ଯ୍ୟାଳୟ ପ୍ରବେଶ ସମୟରେ ଉପସ୍ଥିତ ଥିଲେ।