Odiapua.com

କୋରାପୁଟ ଜିଲ୍ଲାପରିଷଦ ନିର୍ବାଚନ ମଣ୍ଡଳୀ ଚିଠା ତାଲିକା ପ୍ରକାଶିତ

କୋରାପୁଟ ୦୮-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ୨୯ ଟି ଜିଲ୍ଲାପରିଷଦ ନିର୍ବାଚନମଣ୍ଡଳୀ ରହିଥିବା ବେଳେ ଚିଠା ତାଲିକା ପ୍ରକାଶିତ ହୋଇଥିବା ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ କୁମାର ପଟନାୟକ ସୂଚନା ଦେଇଛନ୍ତି ।ଅନୁସୂଚିତ ଜନଜାତି ନିମନ୍ତେ ୧୬ ଟି  ନିର୍ବାଚନମଣ୍ଡଳୀ ସଂରକ୍ଷଣ ରହିଥିବା ବେଳେ ଅନୁସୂଚିତ ଜାତି ନିମନ୍ତେ ୪ ,ପଛୁଆବର୍ଗ ନିମନ୍ତେ ୮ ଓ ଅଂସରକ୍ଷିତ ଗୋଟିଏ ରହିଥିବା ମହିଳାଙ୍କ ନିମନ୍ତେ  ଅନୁସୂଚିତ ଜନଜାତି ପାଇଁ  ୮ ଟି ନିର୍ବାଚନମଣ୍ଡଳୀ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ପାଇଁ ୨ ,ପଛୁଆବର୍ଗ ପାଇଁ ୪ ଏବଂ ଅସଂରକ୍ଷିତ ଗୋଟିଏ ନିର୍ବାଚନ ମଣ୍ଡଳୀ ରଖାଯାଇଥିବା ସେ ପ୍ରକାଶ କରିଛନ୍ତି ।କୁନ୍ଦ୍ରା -୧ ନିର୍ବାଚନମଣ୍ଡଳୀ ପାଇଁ ପଛୁଆବର୍ଗ ସଂରକ୍ଷିତ ରଖାଯାଇଥିବା ବେଳେ କୁନ୍ଦ୍ରା-୨ ନିମନ୍ତେ ଅନୁସୁଚିତ ଜନଜାତି(ମହିଳା),କୋଟପାଡ-୧ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁସୂଚିତ ଜନଜାତି(ମହିଳା) ,କୋଟପାଡ-୨ ନିର୍ବାଚନମଣ୍ଡଳୀ ନିମନ୍ତେ ଅନୁସୂଚିତ ଜନଜାତି ,କୋରାପୁଟ-୧ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁସୂଚିତ ଜନଜାତି,କୋରାପୁଟ-୨ ନିର୍ବାଚନମଣ୍ଡଳୀ ନିମନ୍ତେ ପଛୁଆବର୍ଗ,ଜୟପୁର-୧ ନିର୍ବାଚନ ମଣ୍ଡଳୀ ନିମନ୍ତେ ପଛୁଆବର୍ଗ(ମହିଳା),ଜୟପୁର-୨ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁସୂଚିତ ଜନଜାତି,ଜୟପୁର-୩ ନିର୍ବାଚନ ମଣ୍ଡଳୀ ନିମନ୍ତେ ପଛୁଆବର୍ଗ(ମହିଳା)ଦଶମନ୍ତପୁର-୧ ନିର୍ବାଚନ ମଣ୍ଡଳୀ ନିମନ୍ତେଅନୁସୂଚିତ ଜାତି(ମହିଳା),ଦଶମନ୍ତପୁର-୨ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁସୂଚିତ ଜନଜାତି,ନନ୍ଦପୁର-୧ ନିର୍ବାଚନ ମଣ୍ଡଳୀ ନିମନ୍ତେ ପଛୁଆବର୍ଗ(ମହିଳା), ନନ୍ଦପୁର-୨ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁସୂଚିତ ଜନଜାତି(ମହିଳା),ନାରାୟଣପାଟଣା-୧ ନିର୍ବାଚନମଣ୍ଡଳୀ ନିମନ୍ତେ  ଅନୁସୂଚିତ ଜନଜାତି(ମହିଳା),ପଟ୍ଟାଙ୍ଗୀ-୧ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁସୂଚିତ ଜନଜାତି(ମହିଳା) , ପଟ୍ଟାଙ୍ଗୀ-୨ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁସୂଚିତ ଜନଜାତି, ବନ୍ଧୁଗାଁ -୧ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁସୂଚିତ ଜନଜାତି(ମହିଳା),ବନ୍ଧୁଗାଁ -୨ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁସୂଚିତ ଜନଜାତି ,ବୈପାରୀଗୁଡା-୧ ନିର୍ବାଚନ ମଣ୍ଡଳୀ ନିମନ୍ତେ ପଛୁଆବର୍ଗ,ବୈପାରୀଗୁଡା-୨ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁସୂଚିତ ଜାତି,ବୋରିଗୁମ୍ମା -୧ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁସୂଚିତ ଜନଜାତି,ବୋରିଗୁମ୍ମା-୨ ନିର୍ବାଚନ ମଣ୍ଡଳୀ ନିମନ୍ତେ  ଅନୁସୂଚିତ ଜନଜାତି(ମହିଳା),ବୋରିଗୁମ୍ମା -୩ ନିର୍ବାଚନ ମଣ୍ଡଳୀ ନିମନ୍ତେ ପଛୁଆବର୍ଗ ,ସେମିଲିଗୁଡା-୧ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁସୂଚିତ ଜାତି(ମହିଳା) ,ସେମିଲିଗୁଡା-୨ ନିର୍ବାଚନ ମଣ୍ଡଳୀ ନିମନ୍ତେ  ଅନୁସୂଚିତ ଜାତି, ଲମତାପୁଟ-୧ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅସଂରକ୍ଷିତ(ମହିଳା), ଲମତାପୁଟ-୨ ନିର୍ବାଚନ ମଣ୍ଡଳୀ ନିମନ୍ତେ ପଛୁଆବର୍ଗ(ମହିଳା), ଲକ୍ଷ୍ମିପୁର-୧ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁସୂଚିତ ଜନଜାତି ଓ ଲକ୍ଷ୍ମିପୁର-୨ ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁସୂଚିତ ଜନଜାତି(ମହିଳା) ସଂରକ୍ଷଣ ଚିଠା ତାଲିକା ପ୍ରକାଶିତ ହୋଇଥିବା ସେ ପ୍ରକାଶ କରିଛନ୍ତି । ପ୍ରକାଶିତ ଚିଠା ତାଲିକା ନୋଟିସ ବୋର୍ଡରେ ଲଗାଇବା ନିମନ୍ତେ ଜିଲ୍ଲାର ସମସ୍ତ ବିଡିଓମାନଙ୍କୁ  କୋରାପୁଟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି ।